ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଶିକ୍ଷା ଏମଏ ଓ ଏମଫିଲ୍

Advertisment
ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଶିକ୍ଷା ଏମଏ ଓ ଏମଫିଲ୍

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଏହି ଶିକ୍ଷା ବର୍ଷରୁ ଆରମ୍ଭ ହେବ ଶିକ୍ଷା ଏମଏ ଓ ଏମଫିଲ୍। ଆଜି ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟସ୍ତରୀୟ ପତ୍ରବାଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଏସଡି ଡ.ଦେବୀ ପ୍ରସାଦ ମିଶ୍ର ଏହାକୁ ଘୋଷଣା କରିଥିଲେ। ସେଭଳି ଏଠାରେ ବିଇଡି ଥିବାବେଳେ ଆଗାମୀ ବର୍ଷରେ କିଭଳି ଏମଇଡି ବି ଖୋଲି ପାରିବ ସେ ଦିଗରେ ସେ ପ୍ରୟାସ କରିବେ ବୋଲି କହିଥିଲେ। ପୂର୍ବରୁ ଏହି ବିଶ୍ବବିଦ୍ୟାଳୟରେ ୧୬ଟି ସ୍ନାତ୍ତକୋତ୍ତର (ପିଜି ) ପାଠ୍ୟକ୍ରମ ରହିଛି।

ଏଠାରେ ପୂର୍ବରୁ କଳାରେ ଇତିହାସ, ରାଜନୀତି ବିଜ୍ଞାନ, ଓଡିଆ, ଅର୍ଥନୀତି, ଦର୍ଶନଶାସ୍ତ୍ର, ବାଣିଜ୍ୟ ଓ ବିଜ୍ଞାନରେ ଫିଜିକ୍ସ, କେମେଷ୍ଟ୍ରୀ, ଜୁଲୋଜୀ, ବଟନୀ , ମ୍ୟାଥମେଟିକ୍ସ ଭଳି ବିଭିନ୍ନ ପିଜି ପାଠ୍ୟକ୍ରମ ରହିଛି। ଶିକ୍ଷା ଏମଏ ଖୋଲିଲେ ଏଠାକାର ପିଲାମାନେ ବହୁ ଉପକୃତ ହୋଇପାରିବେ। ସେଭଳି ନୂଆରେ ଶିକ୍ଷାରେ ଏମପିଲ୍ (ଡକ୍ଟରେଟ୍ ) ଖୋଲିଲେ ଏଠାକାର ପିଲାମାନେ ବାହାର ବିଶ୍ବବିଦ୍ୟାଳୟକୁ ଯିବା ବଦଳରେ ଏଠାରେ ପାଠ ପଢ଼ିପାରିବେ। ନିଶ୍ଚିତ ରୁପେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।

ସେଭଳି ବିଶ୍ବବିଦ୍ୟାଳୟରେ ବିଏଡ୍ ପାଠ୍ୟକ୍ରମ ରହିଥିବା ବେଳେ ଏମଇଡି ଖୋଲିଲେ ଏଠାକାର ପିଲାମାନେ ହିଁ ପଢ଼ିବା ପାଇଁ ସୁବିଧା ହେବା ସହ ଅଧିକା ଏବଂ ଅଯଥା ଖର୍ଚ୍ଚାନ୍ତରୁ ବଂଚିତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe