ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ: ତୃତୀୟ ଦିବସରେ ରାଜରାଜେଶ୍ଵରୀ ବେଶ

ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ: ତୃତୀୟ ଦିବସରେ ରାଜରାଜେଶ୍ଵରୀ ବେଶ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ ଦିବସରେ ମା’ ରାଜରାଜେଶ୍ଵରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ଙ୍କୁ ଦର୍ଶନ କରିବା ପାଇଁ ଦିନସାରା ପୀଠରେ ଗହଳି ଲାଗିରହିଥିଲା। ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ ଭିକ୍ଷା କରିଥିଲେ। ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣା ଥିବା ବେଳେ ହସ୍ତୀ ଓ ଓ ବାଘ ମା’ଙ୍କର ବାହନ ଥିଲେ। ମା’ କମଳା ପାଟବସ୍ତ୍ର ପରିଧାନ କରି ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇଥିଲେ। ବାମ ହସ୍ତଯୁଗଳରେ ଖଡ୍ଗ ଓ ଶଙ୍ଖ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତଯୁଗଳରେ ଚକ୍ର ଓ ପଦ୍ମ ଧାରଣ କରି ଚତୁର୍ଭୁଜା ମା’ ଆଦ୍ୟାଶକ୍ତି ଭଦ୍ରକାଳୀ ରାଜରାଜେଶ୍ଵରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।

ବିଶ୍ଵାସ କରାଯାଏ ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟସିଦ୍ଧି ହୋଇଥିବା ବେଳେ ଭକ୍ତ ଯଶ, ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାନ୍ତି। ବିଶ୍ଵଶାନ୍ତି ମହାଯଜ୍ଞର ତୃତୀୟ ଦିନରେଜ୍ଜ୍ ମଣ୍ଡପରେ ୨୧ଜଣ ବେଦବିଦ୍ ବ୍ରାହ୍ମଣଙ୍କ ଦ୍ଵାରା ଗୀତାପାଠ, ବେଦପାଠ, ଶତଚଣ୍ଡୀ ପାଠ, ହୋମ, ନାମଯଜ୍ଞ ସହିତ ସଂକୀତ୍ତର୍ନ ପୀଠରେ ଆଧ୍ୟାତ୍ମିକ ବାତାବରଣ ଭକ୍ତଙ୍କୁ ଭାବବିହ୍ଵଳ କରିଥିଲା। ଆସନ୍ତାକାଲି ମା’ଙ୍କର ସିଂହବାହିନୀ ବେଶ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe