ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡର ଆଜି ତାରସିଂ ପୁଲିସ୍ ପକ୍ଷରୁ ବେଆଇନ୍ ମୋରମ ଖନନ ଏବଂ ଚାଲାଣ ବିରୋଧରେ ଚଢଉ କରାଯାଇ ଏଥିରେ ବ୍ୟବହୃତ ଟ୍ରାକ୍ଟର ଏବଂ ମେସିନ ଜବତ କରାଯାଇଛି। ତାରସିଂ ଥାନା ଅଧିନ ଉଲ୍ଦନ ଠାରେ ମେସିନ୍ ଲଗାଇ ବେଆଇନ ଭାବେ ମୋରମ ଚାଲାଣ କରାଯାଉଥିବା ବେଳେ ତାରସିଂ ପୁଲିସ୍ ପକ୍ଷରୁ ଚଢଉ କରାଯାଇ ଗୋଟିଏ ପୋକଲିନ୍ ମେସିନ୍ ସହ ମୋରମ ଥିବା ତିନୋଟି ଟ୍ରାକ୍ଟର ଜବତ କରାଯାଇଛି। ଏଥିସହ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ସୁରେନ୍ଦ୍ର ମଲ୍ଲିକ୍, ହୃଶିକେଷ ନାୟକ, ଦୀନବନ୍ଧୁ ମଲ୍ଲିକ ଏବଂ ରୋହିତ ନାୟକ। ଅଭିଯୁକ୍ତ ମାନଙ୍କ ଘର ନିକଟସ୍ଥ ରାଇପଲ୍ଲୀ, କେନ୍ଦୁପଲ୍ଲୀ ଓ ହଜପଲ୍ଲୀରେ ବୋଲି ପୁଲିସ୍ ସୂଚନା ଦେଇଛି। ଏନେଇ ଥାନାରେ କେସ୍ ନଂ ୨୩୮ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2020/11/5ec10798-7000-43b7-aef6-535248726d09.jpg)
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/69cd8c5d-9c57-4e44-be00-5b07f6d8325d.jpg)