ଜଗନ୍ନାଥ ସାଗର ପୁନଃରୁଦ୍ଧାର ପ୍ରସଙ୍ଗ:ଦୁର୍ଗାପୁରରୁ ପହଚିଂଲା ଡ୍ରେଜିଂ ମେସିନ୍

Advertisment
ଜଗନ୍ନାଥ ସାଗର ପୁନଃରୁଦ୍ଧାର ପ୍ରସଙ୍ଗ:ଦୁର୍ଗାପୁରରୁ ପହଚିଂଲା ଡ୍ରେଜିଂ ମେସିନ୍

ଜୟପୁର: ଜଗନ୍ନାଥସାଗରର ପଙ୍କ ଉଦ୍ଧାର ପାଇଁ ଡ୍ରେଜିଂ ମେସିନ୍ ପହଚିଂଛି। ପଶ୍ଚିମବଙ୍ଗର ଦୁର୍ଗାପୁର ବନ୍ଦରରୁ ଆସିଛି ଡ୍ରେଜିଂ ମେସିନ୍। ଆଜି ଜୟପୁରରେ ପହଚିଂଛି। ଏହା ପୂର୍ବରୁ ବିଜୟୱାଡାର ଟିମ୍ ପହଚିଂ ସର୍ଭେ ସାରିବା ସହ ପଙ୍କ ଉଦ୍ଧାର ପାଇଁ ଆବଶ୍ୟକ ପାଇପ, ପ୍ଲାଷ୍ଟିକ୍ ଡ୍ରମ୍ ଆଦି ସାଗର କୁଳରେ ଜମା କରି ରଖିଛନ୍ତି। ପୌରପାଳିକା ପକ୍ଷରୁ ସାଗରେ ପାଣି ଜମା କରି ରଖାଯାଇଛି। ବିଜୟୱାଡାରୁ ଆସିଥିବା ଦଳ ଡ୍ରେଜିଂ ମେସିନକୁ ସାଗର ମଧ୍ୟକୁ ନେଇ ପଙ୍କକୁ ମେସିନ୍ ସାହାଯ୍ୟରେ ବାହାରକୁ ବାହାର କରିବେ। ମେସିନରେ ପଙ୍କ ଆସିବା ପରେ ପାଣି ଓ ମାଟି ଅଲଗା ଅଲଗା ହୋଇ ନିଷ୍କାସନ୍ ହେବ ବୋଲି କହିଛନ୍ତି ମେସିନ୍ ଅପରେଟର। ସାଗର ଓ ବଡ ବଡ ପୋଖରୀ, ହ୍ରଦ୍ ଆଦିର ସଫେଇ କାମରେ ଏହା ନିୟମିତ ଭାବେ ନିୟୋଜିତ ହେଉଥିବା କହିଛନ୍ତି।

ଗତ କିଛି ମାସ ହେବ ଜଗନ୍ନାଥସାଗରର ପୁନଃରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ତେବେ ସଠିକ ଭାବେ ଯୋଜନା ଓ ଦୁରଦୃଷ୍ଟି ନ ରଖି ପଙ୍କଉଦ୍ଧାର ପାଇଁ ସାଗରର ହୁଡା କାଟି ଜଳ ନିଷ୍କାସନ୍ କରାଯାଇଥିଲା। ପଙ୍କ କିଛିକାଂଶ ଉଦ୍ଧାର ସହ ମୋରମ୍ ମାଟି ବି ଉଦ୍ଧାର କରାଯାଇଥିଲା। ତେବେ ସାଗରରେ ବହୁ ପରିମାଣର ପଙ୍କ ରହିଯାଇଥିଲା। ଏହା ସହ ସଂପ୍ରତି ମାଟି କଡ଼ା ଯାଉଥିବା ସ୍ଥାନରେ ପଙ୍କ ଓ ମାଟି ବାହାର କରିବା ପାଇଁ ୩ମିଟର ଖୋଳିଲେ ପାଣିର ଝର ବାହାରୁଛି। ଆସନ୍ତାଦିନରେ ବର୍ଷା ମାସ ଆସୁଥିବାରୁ କାମ ବନ୍ଦ ହେବାର ସମ୍ଭାବନା ବି ରହିଛି। ଏହା ସହ ସାମାନ୍ୟ କୁଣ୍ଡା ବର୍ଷା ବା ଝଡି ବର୍ଷା ହେଲେ ସାଗର ମଧ୍ୟରେ ପଙ୍କରେ ପ୍ରକଲିନ୍ କିମ୍ବା ଟିପର, ହାଇୱା, ଟ୍ରାକ୍ଟର କିଛି ଚାଲୁନି। ତେଣୁ ଡ୍ରେଜିଂ ମେସିନରେ ବର୍ଷା ଦିନରେ ବି ପଙ୍କ ବାହାର କରିବା କାମ ଜାରି ରହିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe