ମଣିଷ ବଦଳରେ ମେସିନ୍‌ କରୁଛି କାମ, ଦାଦନ ଯିବାକୁ ଶ୍ରମିକଙ୍କ ସଜବାଜ

Advertisment
ମଣିଷ ବଦଳରେ ମେସିନ୍‌ କରୁଛି କାମ, ଦାଦନ ଯିବାକୁ ଶ୍ରମିକଙ୍କ ସଜବାଜ

ଘଣ୍ଟାପଡ଼ା: ମନରେଗାରେ ଜବକାର୍ଡଧାରୀଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସରକାର ବ୍ୟବସ୍ଥା  କରିଛନ୍ତି।  କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ଜବକାର୍ଡଧାରୀମାନେ କାମ ଧନ୍ଦା ଅଭାବରୁ ବାହାର ରଜ୍ୟକୁ ରୋଜଗାର ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।

ଅଭିଯୋଗ ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ବନ୍ଧପାଲି ନାଳରେ ନିର୍ମାଣ ହୋଇଥିବା ଏକ ଚେକଡ୍ୟାମ ନିର୍ମାଣ ହୋଇଥିଲା। ଚଳିତ ୨୦୨୦–୨୧ ବର୍ଷରେ ଏହାର ମାଟିକାମ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୯୪୬୨୭ ଟଙ୍କା ମଞ୍ଜୁର ହୋଇଥିଲା। ମନରେଗାରେ ଜବକାର୍ଡଧାରୀମାନେ ଏ ମାଟିକାମ କରିବା ନିୟମ ରହିଛି। କିନ୍ତୁ ଅତି ଚତୁର ଭାବରେ ସରକାରଙ୍କ ସମସ୍ତ ନିୟମକୁ ଅବମାନନା କରି ରବିବାର ବିଳମ୍ବିତ ରାତ୍ରିରେ ଜେସିବି ମେସିନରେ ମାଟି କାମ ହୋଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ଏନେଇ କଣ୍ଟାମାଳ କ୍ଷୁଦ୍ର ଜଳସେଚନ ବିଭାଗ ଅଫିସକୁ ଅଭିଯୋଗ ପାଇଁ ଆସିଥିବା ବେଳେ ଅଫିସ୍‌ରେ କାହାକୁ ନପାଇ ନିରାଶରେ ଫେରିଥିବା ଗ୍ରାମର ସଞ୍ଜିବ ସାହୁ, ପ୍ରକାଶ ବଗର୍ତ୍ତି, ଭଜବଲ ପୁଟେଲ ଏବଂ ପରମା ମଟାଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଉକ୍ତ ନାଳର ପ୍ରାୟ ୧୦୦ ମିଟର ଦୂରରେ ଗଡିଆଯୋର ମୈାଜା ରେ ୧,୨୨,୩୩୫ ଟଙ୍କାରେ ଅନ୍ୟ ଏକ ଚେକ୍‌ଡ୍ୟାମରେ ମଧ୍ୟ ମାଟି କାମ ମେସିନ ସାହାଯ୍ୟରେ କରାଯାଇଛି। ଏପରିକି ଭଜବଲଙ୍କ ରୟତି ଜମିରୁ ମାଟି ତାଡ଼ି ଚେକଡ୍ୟାମ ଆଡ଼ିବନ୍ଧ ନିର୍ମାଣ କାମ କରାଇଥିବାରୁ ତାଙ୍କ ଜମିରେ ବିଶାଳ ଗର୍ତ୍ତ ସୃଷ୍ଟି ହେବା ନେଇ ଶ୍ରୀ ପୁଟେଲ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି।

publive-image

ବର୍ତ୍ତମାନ କରୋନା ସମୟରେ କାମଧନ୍ଦା ଅଭାବ ଥିବା ବେଳେ ଏଠାରେ ମଣିଷ ବଦଳରେ ମେସିନ କାମ କରୁଥିବାରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କ୍ଷୁଦ୍ରଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୁରୁ ପୃଷ୍ଟିଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ପାଇଲା ପରେ କାମ ବନ୍ଦ କରିଦେଇଥିବା କହିଛନ୍ତି। ଅପରପକ୍ଷରେ କଣ୍ଟାମାଳ କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ଇନଚାର୍ଯ ଅଫିସର ଥିବାରୁ ଏହା ଠିକାସଂସ୍ଥାମାନଙ୍କୁ ବେଶ ସୁହାଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe