ପାଗଳ କୁକୁର କାମୁଡ଼ାରେ ୧୮ଜଣ ଆହତ

ପାଗଳ କୁକୁର କାମୁଡ଼ାରେ ୧୮ଜଣ ଆହତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ଓ ବତିଙ୍ଗିଆ ଅଞ୍ଚଳରେ ପାଗଳ କୁକୁର ଘରେ ଘରେ ପଶି ଲୋକଙ୍କୁ କାମୁଡ଼ିଛି। ୧୮ ଜଣ ଲୋକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ପଠାଯାଇଛି। ପାଗଳ କୁକୁର ବୁଲିବା ଖବର ପରେ ମାଲିକାପଡ଼ି ଓ ବତୀଙ୍ଗିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ରହିଛନ୍ତି। ପାଗଳ କୁକୁର ଲୋକମାନଙ୍କ ଘରେ ପଶି କାମୁଡ଼ି ଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଆତଙ୍କିତ ହୋଇଥିବା ସୂଚନା ରହିଛି। ସେପଟେ ଅଞ୍ଚଳର ୧୮ ଜଣଙ୍କୁ କାମୁଡ଼ିବା ପରେ ପାଗଳ କୁକୁରକୁ ସ୍ଥାନୀୟ ଲୋକେ ପିଟିପିଟି ମାରିଥିବା ସୂଚନା ରହିଛି।

ସ୍ଥାନୀୟ ଡାକ୍ତର ଜ୍ୟୋତିରଞ୍ଜନ ସମସ୍ତଙ୍କୁ ସଚେତନ ରହିବା ସହିତ ଭୟଭୀତ ନ ହେବା ପାଇ କହିଛନ୍ତି।  ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି ଯେପରି କୁକୁର କାମୁଡ଼ା ଟୀକା ଓ ଅନ୍ୟ ପ୍ରକାର କୀଟ, ସରୀସୃପ ବା ଗୃହ ପାଳିତ ପଶୁ କାମୁଡ଼ିଲେ ତାହାର ଚିକିତ୍ସା ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ କରାଯାଇ ପାରିବ। ତେଣୁ ଭୟଭୀତ ନ ହୋଇ ଚିକିତ୍ସା କରିବା ଆବଶ୍ୟକ।

ତେବେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯାହା ସୂଚନା ରହିଛି ଯେ ୧୮ ଜଣ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଷ୍ଟେଜ ୩ ରହିଛି ସେମାନେ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ମାଲିକାପଡ଼ି ଓ ବତିଙ୍ଗିଆ ଅଞ୍ଚଳର ଜନସାଧାରଣ ଆତଙ୍କିତ ଥିବା ବେଳେ, ସାବଧାନ ସହିତ ରାତିରେ ବାହାରକୁ ବାହାରନ୍ତୁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ ବୋଲି କାର୍ଯ୍ୟରତ ଡାକ୍ତର ଜ୍ୟୋତିରଞ୍ଜନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe