ଆମ ଓଡିଶା ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ, ଆମେ ଓଡିଆ ବୋଲି ଗର୍ବ କରିବା ଉଚିତ

ଆମ ଓଡିଶା ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ, ଆମେ ଓଡିଆ ବୋଲି ଗର୍ବ କରିବା ଉଚିତ

Sambad

ମାଲକାନଗିରି: ମାଲକାନଗିରି ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ଓଡିଶା ତରଫରୁ ମଧୁବାବୁ ଜୟନ୍ତୀ ଉପଲକ୍ଷେ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମଧୁସୂଦନ ମିଶ୍ର ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡଃ. ହେନେରିତା ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାହିତ୍ୟ ଘର ସଭାପତି ନାରାୟଣ ଭୋଳ, ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ସେନାପତି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ପରେ ସଂଜ୍ଞାମୟୀ ଲେଙ୍କା ମଧୁବାବୁଙ୍କ ରଚିତ କବିତା ପାଠ କରିଥିଲେ। ଉପସ୍ଥିତ ଅତିଥିମାନେ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଆମେ ଓଡିଆ ବୋଲି ଗର୍ବ କରିବା ଉଚିତ ବୋଲି କୁହାଯାଇଥିଲା।

publive-image Sambad

ଓଡିଆ ଭାଷାକୁ ବଞ୍ଚାଇବାକୁ ହେଲେ ଆମକୁ ଏବେ ଠାରୁ ସୀମାନ୍ତ ଅଞ୍ଚଳରେ ଲୋପ ପାଉଥିବା ଆମ ଭାଷାକୁ ପୁଣି ଉଦ୍‌ବିତ କରିବାକୁ ପଡିବ ବୋଲି କୁହାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ଏବଂ ଛତିଶଗଡ ନିଜ ଭାଷାକୁ ଉସୁକାଉଥିବା ବେଳେ ଓଡିଆ ଭାଷା ସେଠାରେ ଧିରେ ଧିରେ ଲୋପ ପାଇଲାଣି। ତେଣୁ ଆଣକୁ ସେହି ଅଞ୍ଚଳରେ ପୁଣି ଭାଷାକୁ ଫେରାଇ ଆଣବାକୁ ପଡିବ ବୋଲି କୁହାଯାଇଥିଲା। ମଧୁବାବୁଙ୍କ ଓଡିଆ ପ୍ରତି ରହିଥିବା ବଳିଦାନକୁ ମନେ ପକାଯାଇଥିଲା। ସମସ୍ତ ଓଡିଆଙ୍କୁ ଏକତ୍ର କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କୁହାଯାଇଥଇଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା, ପ୍ରକାଶ ଚନ୍ଦ୍ର ନାୟକ, ରଞ୍ଜିତ ନାୟକ, ପ୍ରତିମା ନାୟକ, ମୋହନ କୁମାର ବିଳାସ, ଚିନ୍ନାମ ରଶ୍ମିତା, ସସ୍ମିତା ମହାପାତ୍ର, ବିଚିତ୍ରାନନ୍ଦ ରାଉତ, ଅଙ୍ଗୁରବାଳା ସ୍ବାଇଁ, ଉପେନ୍ଦ୍ର କୁମାର ନାୟକ, ଅଲେଖ କୁମାର ପାତ୍ର, ତାରକ ମଣ୍ଡଳ, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe