ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

Advertisment
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

Sambad

ମାଲକାନଗିରି: ମାଲକାନଗିରି ସ୍ଥିତ ବୁଟିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଉତ୍କଳ ଗୌର ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାଖା ସଭାପତି ପ୍ରକାଶ ଚନ୍ଦ୍ର ପଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନାରାୟଣ ଭୋଳ, ମୁଖ୍ୟବକ୍ତା ଭାବେ ଶିକ୍ଷାବତି ରବୀନ୍ଦ୍ର ମହାରଣା, ଶାଖା ଉପସଭାପତି ଡଃ. ରଂଜନ କୁମାର ସ୍ବାଇଁ ପ୍ରମୁଖ ମଂଚାସୀନ ହୋଇ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ତାଂକ ଜୀବନୀ ଅର୍ଦ୍ଧଶତକର ଇତିହାସ ବୋଲି ବର୍ଣ୍ଣନା କରିଥିଲେ।

ସଭାପତି ଶ୍ରୀ ପଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମଧୁବାବୁ ଜଗନ୍ନାଥଙ୍କ ଦ୍ବାରା ପ୍ରେରିତ ଦୂତ ହୋଇନଥିଲେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ହୋଇ ପାରିନଥାନ୍ତା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜୟଦେବ ପଣ୍ଡା, ରଂଜିତ ନାୟକ, ସୁକାନ୍ତ କୁମାର ସାହୁ, ଜୟଦେବ ରାଉଳ, ପ୍ରମୋଦ କୁମାର ସେନାପତି, କୁର୍ତ୍ତିବାସ ସାହୁ, କବୀର ମୋହନ ବେହେରା, ଗଣଶ ଜେନା, ଶରତ ଚନ୍ଦ୍ର ଦାସ, ଶୁଭ୍ର ରାୟ, ସଂଗୀତାରାଣୀ ପାତ୍ର, ସସ୍ମିତା ମହାପାତ୍ର, ଚିନ୍ନାମ ରଶ୍ମିତା, ସୁରେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe