ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ; ସୁନ୍ଦରଗଡ଼ର ମଧୁସୂଦନ ମାଝୀଙ୍କୁ ଶ୍ରେଷ୍ଠ ଚାଷୀ ସମ୍ମାନ

Advertisment
ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ; ସୁନ୍ଦରଗଡ଼ର ମଧୁସୂଦନ ମାଝୀଙ୍କୁ ଶ୍ରେଷ୍ଠ ଚାଷୀ ସମ୍ମାନ

ସୁନ୍ଦରଗଡ଼: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ୪୦ ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ବ୍ୟାପି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରୁ ମଧୁସୂଦନ ମାଝୀଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ସମ୍ମାନିତ କରାଯାଇଛି। ନାବାର୍ଡ ସହାୟତାରେ କୃଷି ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟକ୍ରମରେ ତାଙ୍କ ପ୍ରମୁଖ ଅବଦାନ ରହିଥିବା ଓ ବାର୍ଷିକ ୨ ଲକ୍ଷ ଟଙ୍କା ଆୟ କରୁଥିବା ପ୍ରକାଶ ପାଇଛି।

ରାଜ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ ନାବାର୍ଡ ଓ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଏ.କେ.କେ ମୀନା, ନାବାର୍ଡ ମୁଖ୍ୟ ପ୍ରବନ୍ଧକ ସି.ଉଦୟ ଭାସ୍କର, ମିଶନ ଶକ୍ତି ଆୟୁକ୍ତ, ରିଜର୍ଭ କ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଯୋଗ ଦେଇଥିଲେ। ସୁନ୍ଦରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଏଲଡିଏମ୍ ଡନ ବାସ୍କୋ, ନାବାର୍ଡର ତାପସ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

କୃଷି କ୍ଷେତ୍ରରେ ଋଣ ବ୍ୟବସ୍ଥା, ବୈଷୟିକ ଜ୍ଞାନ କୌଶଳ ବିକାଶ, ପାନୀୟ ଜଳ ବ୍ୟବସ୍ଥା ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ନାବାର୍ଡ ସଂକଳ୍ପବଦ୍ଧ ବୋଲି ନାବାର୍ଡ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଭାସ୍କର କହିଥିଲେ। ଉତ୍ସବରେ ୩୦ ଜିଲ୍ଲାରୁ ୩୦ ଜଣ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟସଭ୍ୟାଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ନାବାର୍ଡ ଦ୍ବାରା ପ୍ରକାଶିତ ଦୁଇଟି କୃଷିଋଣ ମାର୍ଗଦର୍ଶିକା ପୁସ୍ତିକା ‘ରିଫ୍ଲେକ୍ସନ-୨୦୨୦-୨୧ ଓ ୟୁନିଟ କଷ୍ଟ ବୁକ୍-୨୦୨୧କୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe