DNA India
କଟକ/ ମାହାଙ୍ଗା: ମାହାଙ୍ଗା ନୃତ୍ତାଙ୍ଗ ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ବାଇଁଙ୍କୁ ରାଉରକେଲାରୁ ଆଜି ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଗିରଫ ସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ଆଉ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଏବେ ବି ଖୋଜୁଛି ପୁଲିସ।
ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ମାହାଙ୍ଗା ହତ୍ୟାକାଣ୍ତରେ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍ ପୂର୍ବରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ବାଇଁକୁ ରାଉରକେଲାରରୁ ଗିରଫ କରିଛି ପୁଲିସ। ଗତ ୨ ତାରିଖ ବିଳମ୍ବିତ ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ କଟକ ଗ୍ରାମଞ୍ଚଳ ପୁଲିସ ଦ୍ବାରା ୫ ଜଣିଆ ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ପୁଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇ ଜେରା କରିଥିଲା ଏବଂ ଜେରା ସମୟରେ ଅଭିଯୁକ୍ତ ସତ ମାନିବା ପରେ ସେମାନଙ୍କୁ ଘଟଣାସ୍ଥଳକୁ ନେଇ କିପରି ହତ୍ୟା କରିିଥିଲେ ତାହାର ଡ଼େମୋ ଦେଖାଇଥିଲେ ଅଭିଯୁକ୍ତ। ଏହାସହ ଘଟଣାସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା ପୁଲିସ।
Follow Us