ଗୁଣ୍ଡିଚା ମନ୍ଦିରରେ ବିଜେକଲେ ପ୍ରଭୁ ଦଧିବାମନ

Advertisment
ଗୁଣ୍ଡିଚା ମନ୍ଦିରରେ ବିଜେକଲେ ପ୍ରଭୁ ଦଧିବାମନ

ଭଟଲି: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଭଟଲି ଦଧିବାମନ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ସମାପନ ହେବା ପରେ ବୁଧବାର ଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି। ଆଜି ପ୍ରଥମେ ରଥ ଉପରେ ମହାପ୍ରଭୁଙ୍କୁ ପୂଜା, ମଙ୍ଗଳ ଆଳତୀ କରାଯିବା ପରେ ରଥରୁ ଓହ୍ଲାଇ ମାଉସୀ ମା' ମନ୍ଦିରକୁ ନିଆଯାଇଥିଲା।

ସେଠାରେ ଆଡ଼ପ ମଣ୍ଡପରେ ବିଜେ ହେବା ପରେ ମହାପ୍ରଭୁଙ୍କ ବେଶ ପରିବର୍ତ୍ତନ କରାଯାଇଥିଲା। ନୂତନ ବେଶ ପରିଧାନ ପରେ ପଞ୍ଚପଚାର ପୂଜା କରାଯାଇ ମହାପ୍ରଭୁଙ୍କ ବିିଶେଷ ଭୁରାଭୋଗ ଲାଗି କରାଯାଇଥିଲା। ମାଉସୀ ମା' ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe