ଭଦ୍ରକ ମେଡିକାଲରେ ବିଗିଡ଼ି ଗଲାଣି ସ୍ବାସ୍ଥ୍ୟ ସେବା, ଖତ ଖାଉଛି ‘ମହାପ୍ରୟାଣ’ ଗାଡି

Advertisment

ଶବ ନେବାରେ ଗରିବ  ଲୋକ ଶୋଷଣର ଶିକାର

ଶବ ନେବାରେ ଗରିବ  ଲୋକ ଶୋଷଣର ଶିକାର

 ଭଦ୍ରକ ମେଡିକାଲରେ ବିଗିଡ଼ି ଗଲାଣି ସ୍ବାସ୍ଥ୍ୟ ସେବା, ଖତ ଖାଉଛି ‘ମହାପ୍ରୟାଣ’ ଗାଡି
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଗିଡ଼ି ଗଲାଣି ସ୍ବାସ୍ଥ୍ୟ ସେବା।  ଜିଲ୍ଲା ମେଡିକାଲ୍ କେବଳ ନାମକୁ ମାତ୍ର ସରକାରୀ ମେଡିକାଲ୍ ଭାବେ ରହିଛି। ଏଠି ଢୋଲ ଭିତରେ ମୂଷା ଭଳି ସବୁ ଖୋଲା ହୋଇଗଲାଣି। ଗରିବ ରୋଗୀଙ୍କୁ ଏହି ଡାକ୍ତରଖାନାରେ ଠିକ ଭାବେ ସେବା ମିଳୁନି। ଏଠି ରୋଗୀ ସେବା ନପାଇ ଅନାନିଶ୍ୱାସି ହୋଇ ପଡ଼ୁଛି। ସବୁ କ୍ଷେତ୍ରରେ ଚାଲିଛି ଶୋଷଣ। ଗରିବ ଲୋକଙ୍କ ସମେତ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ଯୋଜନା ପ୍ରଣୟନ କରିଥିବାବେଳେ ଭଦ୍ରକ ଜିଲା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୀର୍ଘ ୩/୪ ମାସ ହେବ ଏହି ମହାପ୍ରୟାଣ ଗାଡିଟି ମେଡିକାଲରେ ଖତ ଖାଉଛି । ଏହା ଲୋକଙ୍କ ସେବାରେ ଆସୁନି। ଶବ ବୋହିବା ବନ୍ଦ ହୋଇଯାଇଛି। ଗରିବ ଲୋକ ମାନେ ସେମାନଙ୍କର ଶବକୁ ଟଙ୍କା ଦେଇ ଘରୋଇ ଆମ୍ବୁଲାନ୍ସରେ ନେଉଛନ୍ତି।
ପ୍ରକାଶ ଥାଉକି, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ଗରିବ ଆଦିବାସୀ ଲୋକଙ୍କ ସଂପର୍କୀୟଙ୍କ ଶବକୁ ନିଜ ଘରକୁ ନେବାପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡିର ବ୍ୟବସ୍ଥା କରିଥିଲେ । ପୂର୍ବରୁ ଗରିବ ଲୋକର ସଂପର୍କୀୟ ମୃତ୍ୟୁବରଣ କଲେ  ତାର ଶବକୁ ଭଦ୍ରକ ସହରର ଛପୁଲିଆ ନିକଟ ପୋଲ ତଳେ ଫିଙ୍ଗି ଦିଆଯାଉଥିଲା । ମାତ୍ର ସରକାରଙ୍କ ମହାପ୍ରୟାଣ ଯୋଜନା ମୂଳେ ଜିଲା ରେଡକ୍ରସ୍ ଅଧୀନରେ ଏହି ଗାଡିଟିକୁ ଅନ୍ୟମାନଙ୍କ ପାଇଁ କିଲୋମିଟର ପିଛା ୬ ଟଙ୍କା ସହ ୩ ଶହ ଟଙ୍କା ଜମା ଦେବାକୁ ପଡିଥାଏ । କିନ୍ତୁ ଏସ୍‌ସି/ଏସ୍‌ଟି କ୍ଷେତ୍ରରେ ସଂପୂର୍ଣ୍ଣ ମାଗଣା । ମାତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ଗାଡିର ଦୂରାବସ୍ଥା ପ୍ରତି କେହି ଦୃଷ୍ଟି ନଦେବା ଫଳରେ ଏଠାରେ ମୃତ୍ୟୁବରଣ କରୁଥିବା ଗରିବ ଲୋକମାନଙ୍କ ସଂପର୍କୀୟମାନେ ନାହିଁନଥିବା ଶୋଷଣର ସମ୍ମୁଖୀନ ହେଉଛନ୍ତି ।
ଏବେ ଦୀର୍ଘଦିନ ହେବ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଚାନ୍ଦବାଲି ଅଂଚଳର ଜଣେ ଆଦିବାସୀ ଟୁଡୁ ମୁଣ୍ଡାର ପତ୍ନୀର ଶବକୁ ନିଜ ଗାଁକୁ ନେବାରେ ସେ ମୃତ ପତ୍ନୀର ପିନ୍ଧିଥିବା ରୂପାବଳାକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲା ବୋଲି ଗଣମାଧ୍ୟମରେ କହିଛି ।  ସରକାର ଓ ଜିଲା ପ୍ରଶାସନ ଏହି ଯୋଜନାର ସଫଳ ରୂପାୟନ ଦିଗରେ ଉଚିତ୍ ଦୃଷ୍ଟି ଦେଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ମହାପ୍ରୟାଣ ଗାଡିଟିକୁ ଚଳନକ୍ଷମ କରିବାକୁ  ଆଇନ୍‌ଜୀବୀ ତଥା ସି ଟୁ ନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe