ବାଘନଦୀ ଭିତରକୁ ପଶିଲା ମହାପ୍ରୟାଣ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

ବାଘନଦୀ ଭିତରକୁ ପଶିଲା ମହାପ୍ରୟାଣ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

Sambad

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲିମୁଣ୍ଡା ଛକ ନିକଟରେ ଥିବା ବାଘନଦୀ ଭିତରକୁ ଏକ ମହାପ୍ରୟାଣ ଗାଡ଼ି ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଭିତରକୁ ପଶିଯାଇ ପାଣିରେ ଭାସୁଥିଲା। ତେବେ ଅଳ୍ପକେ ଗାଡିର ଡ୍ରାଇଭର ଜିତେନ୍ଦ୍ର ମହାନ୍ତି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନାକ୍ରମେ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଶବ ନେଇ ମହାପ୍ରୟାଣ ଗାଡ଼ିଟି ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗାଁକୁ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ରାସ୍ତାରେ ଯାଉଥିବା ରତଙ୍ଗ ପଞ୍ଚାୟତ ପୋଡ଼ାପଡ଼ା ଗାଁର ସୁବାସ ମୁଖି ଓ ସ୍ଥାନୀୟ ଲୋକେ ତୁରନ୍ତ ପାଣିରେ ଭାସୁଥିବା ଗାଡ଼ିରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe