ଜୟପୁର: ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ଥାନୀୟ ଲେବର କଲୋନୀ ଛକରେ ଥିବା ନବଉତ୍କଳର ଜନକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜ୍ୟ ପୂଜା ପ୍ରଦର୍ଶନ କରାଯାଇଥିଲା। ଏଥିରେ ସମ୍ମିଳନୀର ସଭାପତି ମଦନ ମୋହନ ନାୟକ,ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ର, ସଂପାଦକ ନବୀନ ମାଦଲା, ବାଲା ରାୟ, ପରମେଶ୍ବର ପାତ୍ର, ପ୍ରମୁଖ ଭାଗ ନେଇଥିଲେ। ସେଭଳି ପୂଜ୍ୟପୂଜା ସଂସଦ ପକ୍ଷରୁ ବି ଏହି ଦିବସ ପାଳନ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯଶୋଧା ଗାଦବା, ସନ୍ତୋଷ ସାହୁ ଭାଗ ନେଇ ପୁଷ୍ପମାଲ୍ୟ ଅର୍ପଣ କରି ଦିବସ ପାଳନ କରିଥିଲେ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ଜୟନ୍ତୀ
Advertisment
Follow Us