ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି: ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା 

ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି: ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା 

ମାଲକାନଗିରି: ମବାତ୍ମାଗାନ୍ଧୀଙ୍କକ ଓଡିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଓଡିଶା ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ନାଟକ ଗାନ୍ଧୀଙ୍କ ଓଡିଶା ମଞ୍ଚସ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଉପସ୍ଥିତ ଜନସାଧାରଣଙ୍କୁ ଅତିଥିମାନେ ଗାନ୍ଧୀଙ୍କ ଓଡିଶା ଗସ୍ତ ଉପରେ ଆଲୋକପାତ କରିବା ସହ ତାଙ୍କରି ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଧିରେ ଧିରେ ନାଟକ ଲୋପ ପାଇଯାଉଥିବାରୁ ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ,ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟକାର ଶଂକର ତ୍ରିପାଠୀଙ୍କ ଦ୍ବାରା ରଚିତ ନାଟକ ଗାନ୍ଧୀଙ୍କ ଓଡିଶା ମଞ୍ଚସ୍ଥ ହୋଇଥିଲା।

ଓଡିଶାର ସୁନାମଧନ୍ୟ ଅଭିନେତା ତଥା ବରିଷ୍ଠ କଳାକାର ଜୟନ୍ତ କୁମାର ସାନ୍ତ୍ରା ନାଟକଟିର ପ୍ରଜୋଜନା ଏବଂ ନିର୍ଦେଶନା ଦେଇଥିବା ବେଳେ ବିନାଶ କୁମାର ମିଶ୍ର ଏବଂ ଚନ୍ଦ୍ରଶେଖର ପୂଜାରୀ ସହଯୋଗ କରିଥିଲେ। ନାଟକରେ ମାର୍ଶାଲ ଆର୍ଟସ ଏକାଡେମୀର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କିଛି ଯୁବକମାନେ ବିଭିନ୍ନ ଭୂମିକାରେ ସୁନ୍ଦର ଭାବେ ଅଭିନୟ କରି ଦର୍ଶକଙ୍କର ପ୍ରିୟ ବନିଥିଲେ। କୋଭିଡ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe