ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା: ମା’ ମାହେଶ୍ୱରୀଙ୍କ ମହାସ୍ନାନ ନିଆରା

ଆଶ୍ୱିନ ପୂର୍ଣ୍ଣିମାରେ କାନପୁରରେ ମାହେଶ୍ୱରୀ ଠାକୁରାଣୀଙ୍କ ମହାଖଳା ପୂଜା ଅନୁଷ୍ଠିତ

ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା: ମା’ ମାହେଶ୍ୱରୀଙ୍କ ମହାସ୍ନାନ ନିଆରା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ହେଉଛି ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା। ଏହି ପରମ୍ପରା କେଉଁ ଆଦିମ କାଳରୁ ଚାଲି ଆସିଛି। ପ୍ରାୟତଃ ସମସ୍ତ ଦେବାଦେବୀ ମନ୍ଦିର ସବୁଦିନ ଖୋଲା ହୋଇ ପୂଜା ପାଇଥାନ୍ତି। କିନ୍ତୁ ସ୍ତମ୍ବେଶ୍ୱରେ ସଂସ୍କୃତି ଅନନ୍ୟ ପରମ୍ପରା ଏଥିପାଇଁ ଏହିଦେବୀଙ୍କ ପୂଜା ବର୍ଷକୁ କେବଳ ପନ୍ଦର ଦିନ ପାଇଁ ଖୋଲା ହୁଏ।

publive-image

ଏହି ପୂଜା ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମାଁ ମାହେଶ୍ୱରୀ ନିଜ ନିଜ ଗାଁର ପୋଖାରୀ ବା ନଦୀକୁ ସ୍ନାନ ପାଇଁ ଯାଇଥାନ୍ତି। ଏହି ଦିନଠୁ ଖଣ୍ଡାଧୁଆ ପର୍ବ ଆରମ୍ଭ ହୁଏ ବୋଲି ଅନେକେ ସ୍ଥାନରେ ଳୋକେ କହିଥାନ୍ତି। ଏହିଦିନ ପୁଉଜିଉନ୍ତିଆ ଓଷା କରିଥାନ୍ତି ମାଁ ମାନେ ସନ୍ତାନ ମାନଙ୍କ ମଙ୍ଗଳ କାମନା ପାଇଁ। ପୁଣି ପନ୍ଦର ଦିନ ପରେ ଆଶ୍ୱୀନ ମାସ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ମାଁ ମାହେଶ୍ୱରୀ ମହାସ୍ନାନ ପାଇଁ ବାହାରିଥାନ୍ତି ମହାନଦୀକୁ। କିନ୍ତୁ କାନପୁର ମାହେଶ୍ୱରୀ ପୀଠର ପରମ୍ପରା ଟିକିଏ ନିଆରା। ମିଳିଥିବା ତଥ୍ୟ ଅନୁସାରେ ଏହି ମନ୍ଦିର ୧୮୭୧ ମସିହାରେ ପ୍ରତିଷ୍ଠା ହୋଇଥିଲା। ତାପୂର୍ବରୁ ମାଟି ଘରେ ଠାକୁରାଣୀ ରହୁଥିଲେ। ମାହେଶ୍ୱରୀ ଆଶ୍ୱୀନ କୁଷ୍ନପକ୍ଷ ଅଷ୍ଟମୀ ତିଥିରେ ମନ୍ଦିରରେ ସ୍ନାନ କରନ୍ତି। କୌଣସି ପୋଖରୀ ବା ନଦୀକୁ ଯାଆନ୍ତି ନାହିଁ।

publive-image

ଆଶ୍ୱୀନ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ବାହାରି ମଣ୍ଡପକୁ ବିଜେ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଶ୍ୱୀନ ପୂର୍ଣ୍ଣିମା ତିଥିରେ ମା’ଙ୍କର ସ୍ତମ୍ଭ ବା ମାହେଶ୍ୱରୀ ତାଙ୍କ ସହିତ ଆଲମ୍‌ ଦେଉଥିଲେ ନରଘଣ୍ଟା ପୂଜା ପାଆନ୍ତି। ଏହାସହିତ ଧଳାଛତ୍ରରେ ପରମେଶ୍ୱରୀଙ୍କୁ ପୂଜା କରାଯାଇଥାଏ ଓ କଳା ଛତ୍ରରେ ମାହେଶ୍ୱରୀଙ୍କୁ ପୂଜା କରାଯାଇଥାଏ। ଏହାସହିତ ଖଣ୍ଡାରେ ପାଟଖଣ୍ଡାଙ୍କୁ ପୂଜା କରିଥାନ୍ତି ଦେହୂରୀ ପୂଜକମାନେ। ଆଜି ପାରମ୍ପରିକ ପଞ୍ଚବାଦ୍ୟରେ ସମସ୍ତ ଦେବାଦେବୀଙ୍କ ସହିତ ମା’ ମାହେଶ୍ୱରୀ ଡିମ୍ବଳକୁ ଯାଇଥିଲେ। ଆଜି ମଧ୍ୟରାତ୍ରୀରେ ମା’ଙ୍କୁ ଏକ ସ୍ୱତନ୍ତ୍ର ଭୋଗ (ବେସାଳି) ଅର୍ପଣ କରାଯିବ। ଏହା ପରେ ମା’ ଆସନ୍ତାକାଲି ସକାଳୁ ନଗର ପରିକ୍ରମା ଘରି ମନ୍ଦିରକୁ ଫେରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe