Makar Mela Photograph: (sambad.in)
ଘୁ.ଉଦୟଗିରି: ପବିତ୍ର ପର୍ବ ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ ଘୁ.ଉଦୟଗିରିର ବହୁ ପୁରାତନ ପ୍ରସିଦ୍ଧ ଠାକୁରାଣୀ ମା’ବରାଳ ଦେବୀ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ମା’ଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ମନ୍ଦିର ପୂଜକ ଜୟ ନାୟକ ଶ୍ରଦ୍ଧାଳୁଙ୍କ ନିମନ୍ତେ ମା’ଙ୍କ ନିକଟରେ ଗୁହାରି କରି ଭୋଗ ଅର୍ପଣ କରୁଥିଲେ କିନ୍ତୁ ପ୍ରବଳ ଭିଡ଼କୁ ଦେଖି ମଧୁସୂଦନ ରଥ ତାଙ୍କୁ ସହଯୋଗ କରିଥିଲେ।
ଏହି କ୍ରମରେ କତିଙ୍ଗିଆ ଗ୍ରାମର କମଳବନରେ ଥିବା ମଠ, ବାଉଡି ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥିଲା।
ପବିତ୍ର ମକର ସଂକ୍ରାନ୍ତି ମେଳା ନିମନ୍ତେ ସମଗ୍ର ଅଞ୍ଚଳର ମନ୍ଦିର ଗୁଡ଼ିକରେ ମନ୍ତ୍ର ଉଚ୍ଚାରଣ ସହ ହୋମ,ଯଜ୍ଞ,ପୂଜା,ପାଠ ଏବଂ ହରେ କୃଷ୍ଣ ହରେ ରାମନାମ ଧ୍ୱନୀରେ ମଠ,ମନ୍ଦିରରେ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ: ପନ୍ନୁ ମାମଲା : କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲା ଉଚ୍ଚସ୍ତରୀୟ କମିଟି
କତିଙ୍ଗିଆ କମଳବନ ମଠରେ ସୁଦୟ ଆବାଙ୍କ ପୌରାହିତ୍ୟରେ ସମସ୍ତ ରୀତିନୀତି ଅନୁସାରେ ମକର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା ପୁରୁଷ ଯଜ୍ଞ ସ୍ଥଳରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ସହ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିଥିଲେ।
ଅଧିକ ପଢ଼ନ୍ତୁ: ଗାଡ଼ି ଯାଞ୍ଚ୍: ୨ ଲକ୍ଷ ୫୦ ହଜାର ଚାଲାଣ କଟିଲା
Follow Us