ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ନେଇ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ମକରନ୍ଦ ମୁଦୁଲି

Advertisment
ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ନେଇ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ମକରନ୍ଦ ମୁଦୁଲି

ରାୟଗଡା: ଝୋଡିଆମାନଙ୍କୁ ଆଦିବାସୀ ମାନ୍ୟତା ଦାବି ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି।କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି। ତାଙ୍କ ସହିତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ଉପସ୍ଥିତ ଥିଲେ। ରାୟଗଡା ଜିଲ୍ଲାର କାଶୀପୁର ବ୍ଳକରେ ଆଦିମ ଯୁଗରୁ ଝୋଡିଆ ସମ୍ପ୍ରଦାୟର ଆଦିବାସୀମାନେ ବସବାସ କରି ଆସୁଛନ୍ତି। ତେବେ ଏହି ସମ୍ପ୍ରଦାୟର ଆଦିବାସୀମାନେ ଗତ ୨୪ ବର୍ଷ ଧରି ଆଦିବାସୀ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୋମାନଙ୍କର ଚାଲିଚଳଣି ,ବେଶଭୂଷା ,ଯାନିଯାତ୍ରା ,ଜୀବନଶୈଳୀ ,ପରମ୍ପରାରେ ଆଦିବାସୀଙ୍କର ସମ୍ପୂର୍ଣ ଛାପ ରହିଛି। ହେଲେ ଆଜି ବି ସେମାନେ ନିଜର ଜାତିଗତ ହକ ପାଇଁ ଲଢେଇ କରୁଛନ୍ତି। ରାୟଗଡା ଜିଲ୍ଲାର କାଶୀପୁର ବ୍ଳକର ପାଖାପାଖି ୨୨ ଗୋଟି ପଞ୍ଚାୟତର ୮୫ ଖଣ୍ଡ ଗାଁରେ ୫୦ ହଜାର ଝୋଡିଆ ବସବାସ କରୁଛନ୍ତି। ୧୯୯୭ ମସିହା ପୂର୍ବରୁ ଏହି ଝୋଡିଆମାନେ ଆଦିବାସୀ ମାନ୍ୟତା ପାଇ ଆସୁଥିଲେ।୧୯୯୭ ମସିହା ପରଠାରୁ ଏମାନେ ନ୍ୟାୟ ପାଇବା ପାଇଁ ସଂଘର୍ଷ କରି ଆସୁଛନ୍ତି।

ପଡୋଶୀ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଏମାନଙ୍କର ସମ୍ପର୍କୀୟ ବନ୍ଧୁବାନ୍ଧବମାନେ ଆଦିବାସୀ ମାନ୍ୟତା ପାଉଥିବାବେଳେ ରାୟଗଡା ଜିଲ୍ଲାର କାଶୀପୁର ବ୍ଳକର ଝୋଡିଆମାନେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ନିୟମିତ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ କରୁଛନ୍ତି। ୨୦୦୧ ମସିହାରେ ଓଡିଶା ଆଦିବାସୀ ମଞ୍ଛ ତଚରଫରୁ ୨୫ ଜଣିଆ ପ୍ରତିନିଧି ଦଳ କାଶୀପୁରରୁ ସୁଦୂର ଦିଲ୍ଲୀ ଯାଇ ସେମାନଙ୍କର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଏହି ଝୋଡିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବିରେ ୨୦୦୯ ମସିହାରେ ସାଧାରଣ ନିର୍ବାଚନ ଓ ୨୦୦୭ ଓ ୨୦୧୨ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ। ପରଜା ସମ୍ପ୍ରଦାୟର ଝୋଡିଆ ହେଉଛି ଉପ-ଜାତି। ରାଜ୍ୟ ସରକାରଙ୍କ ଭୂ-ବନ୍ଦୋବସ୍ତ ସମୟରେ ଯେଉଁ ଝୋଡିଆଙ୍କ ଜମି ପଟା ବା ଆର.ଓ.ଆର୍ ରେ ଝୋଡିଆ-ପରଜା ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳୁଛି। କିନ୍ତୁ ଯେଉଁମାନଙ୍କ ଆର.ଓ.ଆର୍ ରେ କେବଳ ଝୋଡିଆ ଲେଖା ଯାଇଛି ସେମାନଙ୍କୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ କରାଯାଉଛି।

ଭୂ-ବନ୍ଦୋବସ୍ତ ସମୟର ସମାନ୍ୟ ଭୂଲ ତଥ୍ୟ ଯୋଗୁଁ ଏହାର ଦଶା ଭୋଗୁଛନ୍ତି ନୀରିହ ଝୋଡ଼ିଆ ସମ୍ପ୍ରଦାୟ ଲୋକେ।ଅତୀତରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଂରକ୍ଷଣ ଆସନରୁ ଝାଜୁରୁ ଝୋଡିଆ ଆଦିବାସୀ ନିର୍ବାଚିତ ହୋଇ ବିଧାୟକ ଭାବେ ବିଧାନସଭାକୁ ଯାଇଥିଲେ। ସେହିଭଳି ଆଦିବାସୀ ନାରୀନେତ୍ରୀ ସୁମନି ଝୋଡିଆ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ଆଦିବାସୀ ପ୍ରତିନିଧି ଭାବେ ଉପଦେଷ୍ଟା ମଧ୍ୟ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe