ଜୟପୁର (ଶ୍ରୀକାନ୍ତ ସାହୁ): ପାହାଡୀ ଝରଣା। ଝରଣାର କୂଳୁକୂଳ ନାଦ। ଝରଣାରେ ସାଙ୍ଗସାଥୀଙ୍କ ସହ ମଜାମସ୍ତି। ଏହାସହ ପାହାଡ ଚଢା ସାଙ୍ଗକୁ ସେଲଫିର ମଜା। ଆଉ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆ ସାଇଟରେ ଅପଲୋଡ। ଖାଲି ଯେ ମଜାମସ୍ତି ଏହା ନୁହେଁ ପ୍ରାକୃତିକ ଶୋଭାରାଜି ଓ ଲ୍ୟାଣ୍ତସ୍କେପ ଫେଟୋଗ୍ରାଫି ମଧ୍ୟ ଦେଖିବାକୁ ମିଳିବ। ଆମେ କେଉଁ ଅଞ୍ଚଳ କଥା କହୁଛୁ ଆପଣମାନେ ଜାଣିସାରିବେଣି। ଆମେ କହୁଛୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲାର କଥା। ପ୍ରକୃତି ମା’ କିପରି ତାକୋଳରେ ପ୍ରାକୃତିକର ଶୋଭାରାଜି ଅଜାଡି ଦେଇି ତାହା ଏହିଠାରେ ଦେଖିବାକୁ ମିଳିବ। ଓଡ଼ିଶାର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କାହିଁରେ କେତେ ଯୋଜନା କରୁଥିଲେ ମଧ୍ୟ ଏହା ଏଠାରେ ଦେଖିବାକୁ ମିଳେନାହିଁ। ଦେଶର ପ୍ରଥମ ଓ ବିଶ୍ୱରେ ତୃତୀୟ ବୃହତ୍ତମ ଓସାରିଆ ରେଳପଥର ଟନେଲ ହୋଇଥିଲେ ମଧ୍ୟ ପରିଚିତ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ଅପରିଚିତ ପର୍ଯ୍ୟଟନସ୍ଥଳୀ ଭାବେ ରହିଯାଇଛି।
ଯିବେ କିପରି
/sambad/media/post_attachments/wp-content/uploads/2019/12/asabulijiba-maliguda-14.jpg)
ମାଳିଗୁଡା ଟନେଲ ନିକଟକୁ ଯିବାକୁ ହେଲେ ଜୟପୁର, କୋରାପୁଟ ଓ ବୋରିଗୁମ୍ମାରୁ ମଧ୍ୟ ଯୋଗଯୋଗର ବ୍ୟବସ୍ଥା ରହିଛି। ଏହି ମାଳିଗୁଡା ଅଞ୍ଚଳ ବୋରିଗୁମ୍ମାଠାରୁ ୨୫ କିଲୋମିଟର, ଜୟପୁରଠାରୁ ୨୦ କିଲୋମିଟର ଓ କୋରାପୁଟଠାରୁ ୩୩ କିଲୋମିଟର। ଏହିଠାକୁ ଯିବା ପୂର୍ବରୁ କୋରାପୁଟରେ ଟ୍ରେନ ଯୋଗେଁ ଜୟପୁର ରେଳଷ୍ଟେସନରେ ପହଞ୍ଚିବା ପରେ ମାଳିଗୁଡାରେ ପହଞ୍ଚି ହେବ। ଏହାସହ କାର ଓ ବାଇକ ମଧ୍ୟରେ ମଧ୍ୟ ବୋରିଗୁମ୍ମା, କୋରାପୁଟ ଓ ଜୟପୁରରୁ ଅତି ସହଜରେ ଯାଇହେବ।
ଦେଶରେ ପ୍ରଥମ, ବିଶ୍ୱରେ ତୃତୀୟ ବୃହତ୍ତମ ରେଳ ଟନେଲ
/sambad/media/post_attachments/wp-content/uploads/2019/12/asabulijiba-maliguda-4.jpg)
ମାଳିଗୁଡା ଟନେଲ ୧୯୬୧ରୁ ୧୯୬୬ ମଧ୍ୟରେ ଜାପାନ ଓ ଭାରତୀୟ ରେଳ ବିଭାଗର ସହଭାଗିତାରେ ନିମାର୍ଣ ହୋଇଥିଲା। ଏହି ରେଲବାଇ ଟନେଲ ଭାରତର ଚତୁର୍ଥ ଓସାରିଆ ଉଚ୍ଚତ୍ତମ ରେଳଲାଇନ ଭାବେ ପରିଚିତ ଥିବାବେଳେ ଜମ୍ମୁ କାଶ୍ମୀରର ବାନିହାଲ-କ୍ବାଜିଗୁଣ୍ତ ଟନେଲ ପରେ ଦ୍ୱିତୀୟ ବୃହତ୍ତମ ଟନେଲ ମଧ୍ୟରେ ଏହାର ନାମ ଆସେ। କୀରଣ୍ତୁଲରୁ ଭାଇଜାକକୁ ଯୋଗ କରୁଥିବା ଏହି ୪୩୦ କିଲୋମିଟର ବିଶିଷ୍ଟ ଓସାରିଆ ରେଳଲାଇନର ୪୬ ନମ୍ବର ଟନେଲ ହେଉଛି ମାଳିଗୁଡା। ଏହାର ଲମ୍ବ ପ୍ରାୟ ୨୧୬ ମିଟର ପ୍ରାୟ ୭୦୯ ଫୁଟ ହେବ। ଏହି ରେଳଲାଇନ ମଧ୍ୟରେ ଦନ୍ତେଵାଡା, ଜଗଦ୍ଦଲପୁର, ଜୟପୁର, କୋରାପୁଟ, ପାଡୁଆ, ଆରକୁ ଓ କୋଟ୍ଟାଭାଲାସା ମଧ୍ୟରେ ଯାତାୟତ କରେ।
ପ୍ରାକୃତିକ ଶୋଭାରାଜି ଓ ସୌନ୍ଦର୍ଯ୍ୟ
/sambad/media/post_attachments/wp-content/uploads/2019/12/asabulijiba-maliguda-1.jpg)
ମାଳିଗୁଡା ରେଞ୍ଜ ଓ ଜୟପୁର-ଦେଓଘାଟି ରେଞ୍ଜ ମଧ୍ୟରେ ରହିଛି ଏହି ମାଳିଗୁଡା ରେଳ ଟନେଲ। ଏହି ଟନେଲକୁ ଲାଗି ୧୦ରୁ ଅଧିକ ଛୋଟବଡ ପାହାଡ। ଭୂମିଠାରୁ ପ୍ରାୟ ୩୦୦ଫୁଟ ଉଚ୍ଚତାରେ ୪ଟି ବଡ ବଡ ପିଲାର ଉପରେ ଥିବା କୀରଣ୍ତୁଲରୁ ଭାଇଜାକ ରେଳଲାଇନ ଦୁଇ ପାହାଡକୁ ଯୋଡିଛି। ଚାରିପାର୍ଶ୍ୱରେ ରହିଛି ୧୦ରୁ ଅଧିକ ଛୋଟବଢ ପାହାଡ। ତଳେ ଏକ ପାହାଡି ଝରଣା। ଏହାସହ ନିକଟରେ ରହିଛି ମାଳିଗୁଡା ଗାଁ। ଆଉ ଏହିଠାରେ ଦେଖିବାକୁ ମିଳିବ ଗାଁ ଆଦିବାସୀ ଅଧ୍ୟୁଷିତ ଗ୍ରାମ। ଏହି ଗାଁରେ ପ୍ରାୟ ୨୦୦ଟି ଆଦିବାସୀ ପରିବାର ବସବାସ କରନ୍ତି। ସକାଳୁ ଓ ସଞ୍ଜରେ ଏହି ଆଦିବାସୀଙ୍କୁ ପାହାଡରୁ ବନ୍ୟଜାତ ଦ୍ରବ୍ୟ, କାଠ, ଝୁଣା, ଲାଖ ଆଦି ସ˚ଗ୍ରହ କରୁଥିବା ଦେଖିବାକୁ ମିଳିବ।
ପାହାଡି ଝରଣାରେ ସେଲଫି, ବଣଭୋଜି ଓ ପାହାଡ ଚଢା
ମାଳିଗୁଡା ରେଞ୍ଜ ଓ ଜୟପୁର-ଦେଓଘାଟି ରେଞ୍ଜକୁ ଯୋଡୁଥିବା ଏହି କୀରଣ୍ତୁଲ-ଭାଇଜାକ ରେଳ ଲାଇନ ତଳେ ଏକ ପାହାଡି ଝରଣା ବର୍ଷତମାମ ବାହିଯାଉଛି। ଏହି ଝରଣାରେ ଗାଧେଇବା ସହ ଫଟୋଗ୍ରାଫୀ, ସେଲଫି ଓ ଦୁଃସାହାସିକ ପାହାଡ ଚଢା ଆଦି ପର୍ଯ୍ୟଟକମାନେ ଗ୍ରହଣ କରିପାରିବେ। ଏହି ରେଳଲାଇନ ଉପରେ ଚାଲିବା ଓ ଫଟୋଉଠାଇବା ଇତ୍ୟାଦିକୁ ବାରଣ କରାଯାଇଛି। ହେଲେ ବି ଏହାକୁ ଅମାନ୍ୟ କରି ବିପଦପୂର୍ଣ୍ଣ ଭାବେ ଫଟୋ ଉଠାଉଥିବା ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ନିକଟରେ ଝରଣା ଥିବାରୁ ଅନ୍ୟବବହାର୍ଯ୍ୟ କାର୍ଯ୍ୟ ପାଇଁ ପାଣିର କୌଣସୀ ସମସ୍ୟା ନଥିଲେ ପିଇବା ପାଣିର ସମସ୍ୟା ରହିଛି। ଟନେଲ ନିକଟକୁ ଯିବାକୁ କୌଣସୀ ରାସ୍ତା ନାହିଁ। ପାହାଡିଆ ଉଠାଣୀ ପଦଚଲା ରାସ୍ଥାରେ ଜୀବନକୁ ବାଜି ଲଗାଇ ଯିବାକୁ ପଡିବ। ସାମାନ୍ୟତମ ଅନ୍ୟମନସ୍କତା ହେତୁ ଜୀବନ ପ୍ରତି ବିପଦ ଆସିଥାଏ।
Follow Us