ମହିଳା ଶିକ୍ଷା ହାର ବଢିବା ନେଇ ମାଲକାନଗିରି ପୁରସ୍କୃତ

Advertisment
ମହିଳା ଶିକ୍ଷା ହାର ବଢିବା ନେଇ ମାଲକାନଗିରି ପୁରସ୍କୃତ

Sambad

ମାଲକାନଗିରି: ଗତକାଲି ଭୁବନେଶ୍ବର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରିକୁ ପୁରସ୍କୃତ କରାଯାଇଛି। ଇଣ୍ଡିଆ ଟୁ-ଡେର ସର୍ଭେରେ ଓଡିଶାର ସର୍ବାଧିକ ଶିକ୍ଷିତ ମହିଳା ଏବଂ ଶିକ୍ଷାହାର ବଢୁଥିବା ଜିଲ୍ଲା ଭାବେ ମାଲକାନଗିରିକୁ ବଛାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହ ଭୁବନେଶ୍ବର ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷରେ ବିଦ୍ୟାଳୟ ସଂଖ୍ୟା ବଢିବା, ପିଲାଙ୍କ ପାସ ହାର ବଢିବା ଏବଂ ମହିଳାଙ୍କ ଶିକ୍ଷାହାର ସେହି ତୁଳନାରେ ବଢିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାପାଳ ବିଶାଲ ସିଂହ ଏଥିପାଇଁ ଜିଲ୍ଲାବାସୀଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷା ହାର ବଢିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe