ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସମ୍ପୂର୍ଣ୍ଣ ସଟଡାଉନ୍‌

Advertisment
ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି  ସମ୍ପୂର୍ଣ୍ଣ ସଟଡାଉନ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଆଜି ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ସ୍ଥାନୀୟ ମାମଲା ରହିଛି।  ଅନ୍ୟ ୮ଜଣ କରୋନା ସଂକ୍ରମଣ ଏମ୍‌ଭି-୦୭ ଟିଏମସିରେ ଥିଲେ ଓ ସେମାନେ ତାମିଲନାଡୁ ଏବଂ ନୂଆଦିଲ୍ଲୀରୁ ଫେରିଥିଲେ। ସଂକ୍ରମଣକୁ ଦୃଷ୍ଟି ରଖି ଆଜି ମାଲକାନଗିରିର କିଛି ଅଞ୍ଚଳକୁ ସଟଡାଉନ୍‌ କରାଯାଇଥିବା ବେଳେ ଆସନ୍ତା ଜୁଲାଇ‌ ୩ରୁ ୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲାକୁ  ସଟଡାଉନ୍‌ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ଏବେ ମଧ୍ୟ ୫୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe