‘ବଡିଦିଦି’ର ସଦସ୍ୟାମାନଙ୍କୁ ହେଲମେଟ ପ୍ରଦାନ କଲେ ମାଲକାନଗିରି ଏସ୍‌ପି

‘ବଡିଦିଦି’ର ସଦସ୍ୟାମାନଙ୍କୁ ହେଲମେଟ ପ୍ରଦାନ କଲେ ମାଲକାନଗିରି ଏସ୍‌ପି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଦିବାସୀ ଯୁବତୀମାନେ ଏକତ୍ରିତ ହୋଇ ବଡିଦିଦି ନାମକ ସ୍ବେଚ୍ଛାସେବୀ ସଂଗଠନ ଗଢି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଗସ୍ତ କରି ଆଦିବାସୀ ଯୁବତୀମାନଙ୍କୁ ଶାରୀରିକ ସମସ୍ୟା ନେଇ ସଚେତନ କରାଇବା, ବାଲ୍ୟ ବିବାହକୁ ବିରୋଧ କରିବା, କରୋନା ସଚେତନତା କରାଇବା, କନ୍ୟା ଭ୍ରୁଣ ହତ୍ୟାକୁ ବିରୋଧ କରିବା, ଝିଅମାନଙ୍କୁ ଶିକ୍ଷାଦାନ ଦେବା ବିଷୟରେ ସଚେତନ କରାଇ ଆସୁଛନ୍ତି।

ତେବେ ନିଜ ଖର୍ଚ୍ଚରେ ସ୍କୁଟିରେ ଦୁରଦୂରାନ୍ତରକୁ ଯାଉଥିବା ବେଳେ ନିଜ ପାଖରେ ହେଲମେଟ ନଥିବାରୁ ବହୁ ସମସ୍ୟା ହେଉଥିଲା। ଏ ସଂପର୍କରେ ମାଲାକାନଗିରି ଏସପି ଋଷିକେଷ ଖିଲାରୀ ଜାଣିବା ପରେ ବଡିଦିଦିର ୨୦ ଜଣ ସ୍ବେଚ୍ଛାସେବୀଙ୍କୁ ହେଲମେଟ ପ୍ରଦାନ କରିଛନ୍ତି। ନିଜେ ସୁରକ୍ଷିତ ରହିଲେ ଅନ୍ୟକୁ ସୁରକ୍ଷା ପ୍ରଦାନ କରିପାରିବେ ବୋଲି କୁହାଯାଇଛି।

publive-image

ବଡିଦିଦିର ସ୍ବେଚ୍ଛାସେବୀ ହେଲମେଟ ପାଇ ଏସପି ଶ୍ରୀ ଖିଲାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହାଦ୍ବାରା ଆଗକୁ କାମ କରିବାକୁ ଉତ୍ସାହ ମିଳିବ ବୋଲି ବଡିଦିଦିର ସଦସ୍ୟା ଜୟନ୍ତୀ ବୁରୁଦା ପ୍ରକାଶ କରିଥିଲେ। ସରକାରଙ୍କ ତରଫରୁ ଯଦି ବଡିଦିଦିର ସ୍ବେଚ୍ଛାସେବୀଙ୍କୁ ଆହୁରି ସହଯୋଗ ମିଳନ୍ତା ତେବେ ଏମାନେ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବାରେ ସଫଳ ହେବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe