୧୦ବର୍ଷ ରାଜେଶର ଓଜନ ୧୦ କିଲୋରୁ କମ୍‌

୧୦ବର୍ଷ ରାଜେଶର ଓଜନ ୧୦ କିଲୋରୁ କମ୍‌

ମାଲକାନଗିରି: ରାଜେଶ ନାରାୟଣ। ବୟସ ପାଖାପାଖି ୧୦ ବର୍ଷ ହେବ। ପିଲାଟି ଦିନରୁ ବାପା ମାଆକୁ ହରାଇଛି ରାଜେଶ। ଅଜଣା ରୋଗର ଶିକାର ହୋଇ ମା’ ଆରପାରିକୁ ଚାଲିଗଲେ। ବାପା ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ। ଏହାପର ଠାରୁ ବୃଦ୍ଧା ଆଈ ମା’ ପାଖରେ ରହି ଆସୁଛି ରାଜେଶ। ତେବେ ରାଜେଶ ମଧ୍ୟ ଏବେ ଅଜଣା ରୋଗର ଶିକାର ହୋଇଛି। ହାତ ଗୋଡ଼ ସବୁ ସରୁ ହୋଇ ଯାଇଛି। ଦେହର ହାଡ଼ ଗୁଡ଼ିକ ଉପରେ କେବଳ ଚର୍ମର ଆବରଣ ରହିଛି। ଅନାହାର ଏବଂ ଅପପୁଷ୍ଟିର ଶିକାର ଶିଶୁଙ୍କ ଭଳି ବାହାରକୁ ପଞ୍ଜରା ହାଡ଼ ସବୁ ସ୍ପଷ୍ଟ ଭାବେ ଦେଖାଯାଉଛି। ସରକାରୀ ସହାୟତା କହିଲେ ଆଈ କୁସମାକୁ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ଏବଂ ମାସିକ ୫ କିଲୋଗ୍ରାମ ପିଡଏସ୍‌ ଚାଉଳ।

ଏହାକୁ ନେଇ ଉଭୟ ଆଈ ନାତି ବଞ୍ଚିଛନ୍ତି। ଆର୍ଥିକ ଅନଟନ କାରଣରୁ ରୋଗାକ୍ରାନ୍ତ ରାଜେଶର ଚିକିତ୍ସା ହୋଇପାରୁ ନାହିଁ। ମାତ୍ର ୫ କିଲୋ ଚାଉଳରେ ମାସକ ଚଳିବା କଷ୍ଟକର ହେଉଥିବା କୁସମା କହିଛନ୍ତି। ରାଜେଶକୁ ଥରେ ମାତ୍ର ଡାକ୍ତରଖାନାକୁ ନେଇଥିଲା। ୧୦ ବର୍ଷ ବୟସର ରାଜେଶର ଓଜନ ୧୦ କିଲୋରୁ ବି କମ୍‌। ସେ ଅପପୁଷ୍ଟିର ଶିକାର ହୋଇଛି ନା ଆଉ କିଛି ବଡ ରୋଗ ହୋଇଛି କେହି କିଛି ଜାଣିପାରୁନାହାନ୍ତି। ଏବେ ଦୁଇ ପ୍ରାଣୀ ମାଲକାନଗିରି ପୌର ପରିଷଦର ଏକ ନମ୍ବର ୱାର୍ଡ ପ୍ରଧାନୀଗୁଡାରେ ଏକ କୁଡିଆରେ ରହୁଛନ୍ତି। କୁଡିଆଟା ନଥିଲେ ଶୀତରେ କେବେ ଠାରୁ ମରିଯାଇଥାନ୍ତୁ ବୋଲି ଆଈ ମା’ କହିଥିଲା। ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହଯୋଗ ମିଳନ୍ତା ତାହାହେଲେ ରାଜେଶର ଚିକିତ୍ସା କରାଯାଇ ପାରନ୍ତା ବୋଲି କହିଛନ୍ତି। ଅନ୍ୟ ଶିଶୁମାନଙ୍କ ପରି ପାଠ ପଢିବାକୁ ମନ ଥିଲେ ମଧ୍ୟ ଶରୀର ତାକୁ ସହଯୋଗ କରୁନି। ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ସେ ଶୋଇ ବି ପାରୁନି। ଅଧିକ ଯନ୍ତ୍ରଣା ପାଇଲେ କାନ୍ଦୁଛି। ରାଜେଶର ଉତ୍ତମ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe