ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣ କରିବାର ଶେଷ ସୁଯୋଗ ମାର୍ଚ୍ଚ ୩୧ ତାରିଖ। ଆଉ ହାତଗଣତି କିଛି ଦିନ ରହିଗଲା। ନକ୍ସଲ ଯଦି ଜଂଗଲରୁ ବାହାରି ପୁଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତେବେ ସ୍ଥିତ ଭୟଙ୍କର ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମତ ଶାହ ପୂର୍ବରୁ ସଫା ସଫା କହିଛନ୍ତି।
ସରକାରଙ୍କ ଟାର୍ଗେଟ ଯେତେ ପାଖେଇ ଆସୁଛି, ନକ୍ସଲ ସେତେ ଜଂଗଲରୁ ବାହାରି ସଂଗଠନକୁ ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମ୍ମୁଖରେ ୧୩୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
ମାଓବାଦୀମାନେ ମୁଖ୍ୟମନ୍ତ୍ରୀ ନିକଟରେ ୧୨୪ଟି ଅତ୍ୟାଧୁନିକ ବନ୍ଧୁକ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ଇନସାସ ଏଲଏମଜି ରାଇଫଲ ଗୋଟିଏ, ୩୧ଟି ଏକେ-୪୭, ୨୧ଟି ଇନସାସ, ୨୦ଟି ଏସଏଲଆର, ୧୮ଟି ୩୦୩, ୯ ଏମଏମ ପିସ୍ତଲ ଗୋଟିଏ, ୮ ଏମଏମ ଦୁଇଟି, ୧୮ଟି ସିଙ୍ଗଲ ସଟ୍ ବନ୍ଧୁକ, ୨ଟି ବିଜିଏଲ ସମେତ ଅନ୍ୟ ହତିଆର ମଧ୍ୟ ହସ୍ତାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ-୧ର ଆତ୍ମସମରମ୍ପଣ କରିଥିବା ୪୨ ଜଣଙ୍କ ମଧ୍ୟରୁ କେନ୍ଦ୍ରୀୟ କମିଟି ସଦସ୍ୟ ୨ ଜଣ, ଡିଭିଜନାଲ କମିଟି ମେମ୍ବର ୩ ଜଣ, ଏସିଏମ ୧୮ ଜଣ, ପାର୍ଟି ମେମ୍ବର ୧୯ ଜଣ। ତେଲେଙ୍ଗାନା ରାଜ୍ୟ କମିଟିର ୩୦ ଜଣ ସଦସ୍ୟ ମଧ୍ୟରୁ ଡିଭିସିଏମ ୨ ଜଣ, ଏସିଏମ ୧୨ ଜଣ, ପାର୍ଟି ମେମ୍ବର ୧୬ ଜଣ। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ୩୨ ଜଣଙ୍କ ମଧ୍ୟରୁ କେନ୍ଦ୍ରୀୟ କମିଟି ମେମ୍ବର ଜଣେ, ଡିଭିସିଏମ ୩ ଜଣ,ଏସିଏମ ୭ ଜଣ, ୨୧ ଜଣ ପାର୍ଟି ମେମ୍ବର।
ଆହୁରି ପଢ଼ନ୍ତୁ: Encounter: ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, ବନ୍ଧୁକ ଓ ବିସ୍ଫୋରକ ଜବତ
ସେହିପରି ଦ୍ବିତୀୟ ସିଆରସିର ୧୬ ଜଣଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ ସଦସ୍ୟ, ୪ ଜଣ ଏସିଏଣ ଏବଂ ୧୦ ଜଣ ପାର୍ଟି ମେମ୍ବର। ସେଣ୍ଟ୍ରାଲ କମିଟି ଷ୍ଟାଫ ୧୦ ଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ୫ ଜଣ ଏସିଏଣ ଏବଂ ୪ ଜଣ ପାର୍ଟି ମେମ୍ବର ରହିଛନ୍ତି। ଏମାନଙ୍କ ମଧ୍ୟରୁ କେନ୍ଦ୍ରୀୟ କମିଟି ମେମ୍ବରକୁ ୨୫ ଲକ୍ଷ ପୁରସ୍କାର ରହିଥିବା ବେଳେ ଡିଭିସିଏମକୁ ୫ ଲକ୍ଷ, ଏସିଏମକୁ ୪ ଲକ୍ଷ ଏବଂ ପାର୍ଟି ମେମ୍ବରକୁ ୧ ଲକ୍ଷ ଟଂକା ପୁରସ୍କାର ରହିଥିଲା। ସେହିପରି ଏଲଏମଜିକୁ ୫ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ଏକେ-୪୭କୁ ୪ ଲକ୍ଷ, ଇନସାସ ବନ୍ଧୁକକୁ ୨ ଲକ୍ଷ, ଏସଏଲଆର ବନ୍ଧୁକକୁ ୨ ଲକ୍ଷ, ୩୦୩ ରାଇଫଲକୁ ୧ ଲକ୍ଷ, ୟୁଜିବିଏଲକୁ ୪୦ ହଜାର ଏବଂ ୧୨ ବୋର ବନ୍ଧୁକକୁ ୩୦ ହଜାର ଟଂକା ପ୍ରଦାନ କରାଯାଇଥାଏ। ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
Follow Us