ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓନେତା ରୂପେଶ ଜଂଗଲରେ ରହିଯାଇଥିବା ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ତୁରନ୍ତ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ପ୍ରଥମ କରି ପରିବାର ସହ ଦୀପାବଳି ପାଳନ କରିବେ। ଯେଉଁଥିପାଇଁ ସେମାନେ ବହୁତ ଖୁସି ବୋଲି କହିଛନ୍ତି। ବହୁ ମାଓବାଦୀଙ୍କ ପରିବାର ଚାଷୀ ଶ୍ରେଣୀର ହୋଇଥିବାରୁ ସେମାନେ ଚାଷ ଉପରେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଥିଲେ। ଆଗକୁ ମଧ୍ୟ ବହୁ ନକ୍ସଲ ନିଜର ହତିଆର ପୁଲିସ ନିକଟରେ ରଖିବେ ବୋଲି ଜଣାପଡିଛି। ଦୁର୍ଦାନ୍ତ ହିଡମା ମଧ୍ୟ ଦୀପାବଳି ପରେ ଆତ୍ମସମର୍ପଣ କରିବା ନେଇ ସୂଚନା ମିଳିଛି। ଯଦି ଏହା ସତ ହୁଏ ତେବେ ନକ୍ସଲ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେଲା ବୋଲି କୁହାଯାଇପାରିବ।
ଅଧିକ ପଢ଼ନ୍ତୁ: Maoists Surrender Chhatisgarh: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ
ସୀମାନ୍ତ ଛତିଶଗଡ଼ରେ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଅପରେସନ ‘କଗାର‘ ସଫଳତା ଦେଇଛି। ଲଗାତାର ଅପରେସନରେ ନକ୍ସଲଙ୍କୁ ନିପାତ କରିଥିଲେ ଯବାନ। ଯାହାଫଳରେ ନକ୍ସଲ ସଂଗଠନ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ମାଓ ନେତା ବାସବରାଜୁର ମୃତ୍ୟୁ ନକ୍ସଲ ସଂଗଠନକୁ ଦୋହଲାଇ ଦେଇଥିଲା। ପୁଲିସ ଯଦି ବଡ଼ ନେତା ବାସବରାଜୁକୁ ମାରିପାରିଲା
ଆହୁରି ପଢ଼ନ୍ତୁ: Mahagathbandhan: ମହାଗଠବନ୍ଧନରେ କେଁ: ପରସ୍ପର ବିରୋଧରେ ପ୍ରାର୍ଥୀ ଦେଲେ କଂଗ୍ରେସ-ଆରଜେଡି
ତେବେ ଅନ୍ୟ ନକ୍ସଲ ସେମାନଙ୍କ ପାଇଁ କଷ୍ଟ ନୁହେଁ। ତେଣୁ ଲଗାତାର ନକ୍ସଲ ସଂଗଠନ ଛାଡି ବିଭିନ୍ନ ଥାନରେ ନକ୍ସଲ ଆତ୍ମସମର୍ପଣ କଲେ। ଗତ ଦୁଇ ଦିନ ତଳେ ମହାରାଷ୍ଟ୍ରର ଗଡଚରେଲିରେ ସିସି ମେମ୍ବର ଭୁପତି ଅରଫ ବେଣୁଗୋପାଲ ସମେତ ୬୧ ଜଣ ନକ୍ସଲ ଆତ୍ମସମର୍ପଣ କରିବାର ଗୋଟିଏ ଦିନରେ ଛତିଶଗଡର ଜଗଦଲପୁର ଠାରେ ୨୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିବା ଦେଶର ଏକ ବଡ ଆତ୍ମସମର୍ପଣ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମ୍ମୁଖରେ ସିସି ମେମ୍ବର ରୁପେଶଙ୍କ ନେତୃତ୍ବରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମାଓ ନେତା ରୁପେଶ ସରକାରଙ୍କ ନିକଟରେ ୧୦ଟି ଦାବି ଉପସ୍ଥାପନ କରିଛନ୍ତି। ତେବେ ଏହି ଦାବି ବିଷୟରେ ପୁଲିସ କୌଣସି ସୂଚନା ଦେଇନଥିବା ବେଳେ ସରକାର ଏବଂ ରୂପେଶ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡିଛି। ସରକାର ସମସ୍ତ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ତୁରନ୍ତ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରକାଶ କରିଥିଲେ। ବିକାଶ ଧାରାରେ ଏମାନେ ଯୋଡି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।