ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଗଲାଁ କ୍ଷତିପୂରଣ ଦାବି

Advertisment
୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି

ମାଲକାନଗିରି: ମାଲକାନଗିରି  ଜିଲ୍ଲାରେ ଗତକାଲି ବଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଛି। ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଚିଡିପାଲି ଗାଁରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଯାଇଛି।

ମାଲକାନଗିରି ବ୍ଲକ ଅନ୍ତର୍ଗତ ତାଣ୍ଡକି ପଂଚାୟତର କୁସୁମଗୁଡା ଗ୍ରାମରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଅକାଳରେ ମୃତ୍ୟୁବରଣ ହୋଇଛି।ଘଟଣା ଅନୁଯାୟୀ ଗତକାଲି ରାତିରେ ପ୍ରବଳ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା।ତେବେ କୁସୁମଗୁଡାର ଏକ ଗଛ ତଳେ ଗାଈମାନେ ବର୍ଷାକୁ ଦେଖି ଆଶ୍ରୟ ନେଇଥିଲେ। ଗାଈଗୋରୁ ଆଶ୍ରୟ ନେଇଥିବା ଗଛରେ ହିଁ ବଜ୍ରାଘାତ ହୋଇଥିଲା, ଯାହାଫଳରେ ଗଛ ତଳେ ଆଶ୍ରୟ ନେଇଥିବା ସମସ୍ତ ଗାଈଗୋରୁଙ୍କର ମୃତ୍ୟୁ ହୋଇଥିଲା। କୁସୁମଗୁଡା ଗ୍ରାମର ଚେନ୍ଦରୁ ଦୁରୁଆଙ୍କର ୩ଟି ବଳଦ,୨ଟି ଗାଈ ଓ ଗୋଟିଏ ବାଛୁରୀ,ବୁଦା ଦୁରୁଆଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ,ରାମୁ ମାଡ଼କାମୀଙ୍କ ଗୋଟିଏ ବଳଦ, ଯାଇତି ଦୁରୁଆଙ୍କ ଗୋଟିଏ ବଳଦ,ହୁଙ୍ଗା ମାଡ଼କାମୀଙ୍କ ଗୋଟିଏ ଲେଖାଏଁ ବଳଦ,ଗାଈ ଓ ବାଛୁରୀ,ଗଙ୍ଗା ଦୁରୁଆଙ୍କ ଗୋଟିଏ ବାଛୁରୀ,ବୁଟୁ ମାଡ଼କାମୀଙ୍କ ଗୋଟିଏ ବଳଦ,ପ୍ରହ୍ଲାଦ ଦୁରୁଆଙ୍କ ଗୋଟିଏ ବାଛୁରୀ,ଗାଗୁରୁ ଦୁରୁଆ ଗୋଟିଏ ବାଛୁରୀ,ରଶ୍ମି ଦୁରୁଆଙ୍କ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଏବଂ ସୁକୁଲୁ ଦୁରୁଆଙ୍କ ଗୋଟିଏ ଗାଈର ମୃତ୍ୟୁ ହୋଇଛି।

ଘଟଣାସ୍ଥଳରେ ପଂଚାୟତର ପିଇଓ, ରାଜସ୍ବ ନିରୀକ୍ଷକ, ତାଣ୍ଡକି ସରପଞ୍ଚ,ଏଲ ଆଇ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe