Advertisment

ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗୃହୀତ

Advertisment

ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଂଜନ ଶୁଭ ଉଦଘାଟନ କରିଥିଲେ।

ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଂଜନ ଶୁଭ ଉଦଘାଟନ କରିଥିଲେ।

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଂଜନ ଶୁଭ ଉଦଘାଟନ କରିଥିଲେ। ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। 

କର୍ତ୍ତନପାଲୀ ଅଂଚଳଟି ସଂପୂର୍ଣ୍ଣ ମାଓ ପ୍ରବଣ  ଥିବା ବେଳେ ଏଠାରେ ରକ୍ତଦାନ କରି ଏକ ସୁସ୍ଥ ବାତାବରଣ ତିଆରି କରାଯାଇଛି। ଲୋକେ ନକ୍ସଲ ଭୟରେ ରହିଥିଲେ ମଧ୍ୟ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗେଇ ଆସିଥିଲେ। ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ସୁମନ୍ତ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ଧନ ଭୁମିଆ, ବଣ୍ଡୁ କୋଲାର, କୃଷ୍ଣ ପୁଟିଆ, ମୁକୁନ୍ଦ ଭୁମିଆ, ତ୍ରିନାଥ କମାର, ରୁଦ୍ର ପ୍ରସାଦ ସ୍ବାଇଁ, ପି.ଅଞ୍ଜେନାୟେଲୁ, ରବି ନାରାୟଣ ସାହୁ, ଟି.ସଂକେଶ କୁମାର, ରାଜେଶ କୁମାର ଚୌଧୁରୀ, ଡମ୍ବରୁ ଭୁମିଆ, ସନ୍ୟାସୀ ମୁଦୁଲି, ଗୁପ୍ତେଶ୍ବର ମାଝି, କୈଳାଶ ଚନ୍ଦ୍ର ମାଝି, ସଂଦୀପ କୁମାର ବିଶ୍ବାଳ, ରବୀନ୍ଦ୍ର ଭୁମିଆ, ଦେବେନ୍ଦ୍ର ମାଝି, ମନ ଭୁମିଆ।

publive-image

ଏହି କାର୍ଯ୍ୟକ୍ରମକୁ ମାଥିଲି ବ୍ଲକ ସଂଯୋଜକ ବିକ୍ରମ କେଶରୀ ପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା, ମିନାକ୍ଷୀ ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର ବିରଞ୍ଚି ନାରାୟଣ ଶତପଥି, କୁନୁ ବିଶ୍ବାଳ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟଧନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe