ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସା ଓ ଜଂଗଲ ଛାଡି ମୁଖ୍ୟ ଧାରାରେ ଯୋଡି ହୋଇଛନ୍ତି। ସରକାର ଏମାନଙ୍କ ମୁଣ୍ଡରେ ୮୪ ଲକ୍ଷ ଟଂକାର ପୁରସ୍କାର ରଖିଥିଲେ। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୭ ଜଣ ପୁରୁଷ ନକ୍ସଲ ରହିଛନ୍ତି।
ଏହି ନକ୍ସଲମାନେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନଲ କମିଟି, ତେଲେଙ୍ଗାନା ଏରିଆ କମିଟି ଏବଂ ଆନ୍ଧ୍ର ଓ ଓଡ଼ିଶା ସୀମା ଡିଭିଜନର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ଡିଭିସିଏମ, ଏସିଏମ, ସିଏନଏମ ଭଳି ସଦସ୍ୟ ରହିଛନ୍ତି। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଏସପି ଯିତେନ୍ଦ୍ର ଯାଦବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ କ୍ୟାଡର ନକ୍ସଲମାନେ ହେଲେ ପାଣ୍ଡ୍ରୁ ପୁନେମ(୪୫), ରୁକୁଣି ହେମଲା(୨୫), ଦେବା ଉଇକା(୨୨), ରାମଲାଲ ପୋୟାମ(୨୭) ଏବଂ ମୋଟୁ ପୁନେମ(୨୦)। ଏମାନଙ୍କ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥଲେ। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ସରକାରଙ୍କ ତରଫରୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ସମସ୍ତଙ୍କୁ ତାଲମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ।
ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ କଲେ ୬ ମହିଳା କ୍ୟାଡର ସମେତ ୧୦ ମାଓବାଦୀ
ଭୁଶୁଡୁଛି ମାଓଦୁର୍ଗ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା କଣ୍ଟ ପୁରିବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା କଣ୍ଟ ଆସନ୍ତା ମାର୍ଚ୍ଚରେ ଶେଷ ହେବ। ଅଧିକାଂଶ ମାଓବାଦୀମାନେ ସରକାରଙ୍କ ଏହି ନିର୍ଦ୍ଧାରିତ ତାରିଖରେ ଭୟଭୀତ ହୋଇଯାଇଛନ୍ତି। ଅନ୍ୟପଟରେ ମାଓବାଦୀମାନେ ସରକାରଙ୍କ ସହାୟତା ପଦକ୍ଷେପ ଏବଂ ନିଜ ପରିବାରର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା କରୁଛନ୍ତି। ବିଗତ କିଛି ମାସ ମଧ୍ୟରେ ଶହଶହ ମାଓବାଦୀ ଅସ୍ତ୍ର ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ତେଣୁ ମାଓଦୁର୍ଗ ଭୁଶୁଡୁଛି ବୋଲି ମଧ୍ୟ କୁହାଯାଉଛି।
ଆହୁରି ପଢ଼ନ୍ତୁ: Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/17/naxal-surrender-2025-12-17-20-17-03.jpg)