ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସଂଗଠନର ବଡ଼ବଡ଼ ନେତା ନିପାତ ହେଉ ଅଥବା ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ହେଉ କିମ୍ବା ସରକାରଙ୍କ ବିକଶିତ ଯୋଜନାର ପ୍ରଭାବ ହେଉ, ମାଓବାଦୀମାନେ ଆଉ ପୂର୍ବ ଭଳି ଶକ୍ତିଶାଳୀ ହୋଇ ରହିନାହାନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷାବାହିନୀର ଜୋରଦାର କମ୍ବିଂ ଅପରେସନରେ ଲାଲବାହିନୀ ଦୁର୍ବଳ ହେବାରେ ଲାଗିଛନ୍ତି। ଏହି କ୍ରମରେ ପୁଣି ଜଣ ମାଓବାଦୀ ଅସ୍ତ୍ର ପରିତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। 

Advertisment

 ମାଲକାନଗିରି ଜିଲ୍ଲା ଛତିଶଗଡ଼ର ସୁକମା ପୁଲିସ ନିକଟରେ ଆଜି ସକାଳେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି। ଆଜି ସକାଳେ ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏମାନେ ନିଜ ନିଜ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡରେ ୩୩ ଲକ୍ଷ ଟଂକାର ପୁରସ୍କାର ରହିଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରେ ପିଏଲଜିଏ ପ୍ଲାଟୁନ ନମ୍ବର ୧ର କମାଣ୍ଡର, ଦରଭା ଡିଭିନଜର ଦୁଇ ଜଣ ଏସିଏମ, ପିଏଲଜିଏ ବାଟାଲିୟନର ଦୁଇ ଜଣ ପିପିସିଏମ, ଗୋଲାପାଲି ଏରିଆ କମିଟିର ଦୁଇ ପାର୍ଟି ମେମ୍ବର, ୩ଅନ୍ୟ ପାର୍ଟି ମେମ୍ବର ବୋଲି ଜଣାପଡିଛି। ସରକାରଙ୍କର ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: Sundargarh: ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍‌ ଘଟଣା: ୧୧ ମାଓବାଦୀଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌

୧୧ମାସରେ ୧,୫୧୪ ଜଣଙ୍କ ଆତ୍ମସମର୍ପଣ

ଗତ ୧୧ ମାସରେ ବସ୍ତର ରେଞ୍ଜରେ ମୋଟ ୧୫୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆଗାମୀ ଦିନରେ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି। ଏମାନଙ୍କ ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଆହୁରି ପଢ଼ନ୍ତୁ: CPR Saved Businessman Life: ହୃଦଘାତ ସମୟରେ ସିପିଆର୍ ଦେଲେ ଯୁବକ; ବଞ୍ଚିଗଲା ସାଙ୍ଗର ଜୀବନ