CPR Saved Businessman Life: କଥାରେ ଅଛି ବିପଦ ସମୟରେ ସାଥୀ ହୋଇ ଛିଡ଼ା ହେଉଥିବା ସାଙ୍ଗ ହିଁ ହେଉଛି ପ୍ରକୃତ ବନ୍ଧୁ। ଏହାର ଉଦାହରଣ ନିକଟରେ ହାପୁଡ଼ ଜିଲ୍ଲାର ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।  

Advertisment

‘ବିପଦ ବେଳର ସାଥୀ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁ’

ସୂଚନାଯୋଗ୍ୟ, ବ୍ୟବସାୟୀ ରାଜୀବ ତାଙ୍କ ଗାଡ଼ିରୁ ଓହ୍ଲାଇବା ମାତ୍ରେ ହୃଦଘାତର ଶିକାର ହୋଇଥିଲେ। ପାଖରେ ଥିବା ଅନ୍ୟ ଜଣେ ବ୍ୟବସାୟୀ ତଥା ରାଜୀବଙ୍କ ସାଙ୍ଗ ସୋନୁ ଚୁଗ୍ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ସିପିଆର ଦେବା ଆରମ୍ଭ କରିଥିଲେ। ସମୟାନୁସାରେ ପ୍ରାଥମିକ ଚିକିତ୍ସା ପାଇବା ପରେ ରାଜୀବଙ୍କ ଜୀବନ ବଞ୍ଚି ଯାଇଥିଲା। ଏ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ସୋନୁ ଚୁଗଙ୍କ କାମକୁ ଭୁରିଭୁରି ପ୍ରଶଂସା କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିପଦ ବେଳର ସାଥୀ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁ।’ 

ଅଧିକପଢ଼ନ୍ତୁ:ଏମିତି ହେଲେ ତୃତୀୟ ବିଶ୍ୱଯୁଦ୍ଧ ହୋଇଯିବ: ଟ୍ରମ୍ପ

ସମୟାନୁସାରେ ସିପିଆର୍ ବଞ୍ଚାଇଲା ଜୀବନ

ଏହି ଘଟଣାକୁ ନେଇ ଡାକ୍ତରମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଯେ ହୃଦଘାତ ସମୟ‌ରେ ଗୋଟିଏ ସେକେଣ୍ଡ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠିକ ସମୟରେ ରୋଗୀଙ୍କୁ ଯଦି ସିପିଆର ଦିଆଯାଏ ତେବେ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବହୁ ପରିମାଣରେ ବୃଦ୍ଧି ପାଇଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସିପିଆର ପ୍ରଶିକ୍ଷଣ ନେବା ଉଚିତ। କିଏ ଜାଣିଲା ଏହା କେତେ କେଉଁ ପରିସ୍ଥିତିରେ ସାହାଯ୍ୟରେ ଆସିଯିବ।

ଅଧିକପଢ଼ନ୍ତୁ:୨୦ ଛକା, ୩୧ ଚୌକା: ଦୁବାଇରେ ବୈଭବଙ୍କ ଝଡ଼