ଭୁବନେଶ୍ବର/ରାଉରକେଲା: ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ୪ ହଜାର କେଜି ବିସ୍ଫୋରକ ଲୁଟ୍ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ୧୧ ଜଣ ମାଓବାଦୀଙ୍କ ନାମରେ ଆଜି ଖୋର୍ଦ୍ଧାଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ସମସ୍ତ ୧୧ ଜଣଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ପଦାର୍ଥ ଆଇନର ବିଭିନ୍ନ ଧାରାରେ ଅଭିଯୁକ୍ତ କରାଯାଇଛି। ଚାର୍ଜସିଟ୍ରେ ଥିବା ଅଭିଯୁକ୍ତମାନେ ହେଲେ ଜରିଆ ମୁଣ୍ଡା ଓରଫ୍ କୁଲୁ ମୁଣ୍ଡା, ଅନ୍ମୋଲ ମୁଣ୍ଡା ଓରଫ୍ ସୁଶାନ୍ତ ଓରଫ୍ ଲାଲଚାନ୍ଦ ହେମ୍ବ୍ରମ୍, ରମେଶ ଓରଫ୍ ପ୍ରୀତମ୍ ମିଞ୍ଜ ଓରଫ୍ ଅନଲ୍ ଦା, ପିଣ୍ଟୁ ଲୋହାର ଓରଫ୍ ଟିଗର, ଲାଲ୍ଜିତ୍ ଓରଫ୍ ଲାଉ, ଶିବ ବୋଦ୍ରା ଓରଫ୍ ଶିବୁ, ଅମିତ ମୁଣ୍ଡା ଓରଫ୍ ସୁଖଲାଲ ମୁଣ୍ଡା, ରବି ଓରଫ୍ ବିରେନ୍ ସିଂ, ରାଜେଶ ଓରଫ୍ ମନ୍ସିଦ୍, ସୋହନ୍ ଓରଫ୍ ରଙ୍ଗା ପୁନେମ୍, ଆପ୍ଟନ୍ ଓରଫ୍ ଚନ୍ଦ୍ରମୋହନ ହାଁସଦା।
Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍
ସୂଚନା ମୁତାବକ, ଗତ ମେ’ ୨୭ରେ ସୁନ୍ଦରଗଡ଼ ବଡ଼ଗାଁ ବାରୁଦ ଗୋଦାମରୁ ବିସ୍ଫୋରକ ନେଇ ଏକ ଭ୍ୟାନ୍ (ଓଡି୧୪ଡି-୧୯୮୭) ବାଙ୍କୋ ପଥର ଖଣି ଅଭିମୁଖେ ବାହାରିଥିଲା। ଦିନ ୯ଟା ୧୫ରେ ଗାଡ଼ି ପଥରଖଣି ନିକଟରେ ପହଞ୍ଚି ଅନ୍ଲୋଡ୍ କରିଥିଲା। ଏହି ସମୟରେ ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଡ୍ରାଇଭରକୁ ବନ୍ଧୁକ ଦେଖାଇ ଅନ୍ଲୋଡ୍ ବିସ୍ଫୋରକକୁ ପୁଣି ଥରେ ଲୋଡ୍ କରିବାକୁ କହିଥିଲେ। ଲୋଡିଂ ପରେ ଗାଡ଼ିକୁ ସେଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ରହିଥିବା ୩୦ରୁ ୪୦ ମାଓବାଦୀଙ୍କ ହାତରେ ଟାଙ୍ଗିଆ, ବ୍ୟାଗ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ଦିନ ପ୍ରାୟ ୧୧ଟା ୧୫ ସମୟରେ ସେମାନେ ଗାଡ଼ି ଚାଳକ ଦେବନାଥ ଟପ୍ପୋଙ୍କୁ ଛାଡ଼ିଦେଇଥିଲେ।
Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ
ଘଟଣା ସମ୍ପର୍କରେ ଖଣି ମ୍ୟାନେଜରଙ୍କଠାରୁ ଜାଣିବା ପରେ ମାଲିକ ନୀରଜ ପାଣ୍ଡେ କେ. ବଲାଙ୍ଗ ଥାନାରେ ସୂଚନା ଦେଇଥିଲେ। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତନାଘନା କରିଥିଲେ। ଗାଡ଼ିଚାଳକ ଦେବନାଥ ଟପ୍ପୋ, ଖଣିମାଲିକ ନୀରଜ ପାଣ୍ଡେ, ଖଣି ସୁପରଭାଇଜରଙ୍କ ସହିତ ଗାଡ଼ିରେ ବିସ୍ଫୋରକ ଲଦିଥିବା ଶ୍ରମିକମାନଙ୍କୁ ପଚରାଉଚରା କରିଥିଲେ। ବାଙ୍କୋ ପଥରଖଣି ସମ୍ମୁଖରେ ଅଭିଯୁକ୍ତ ଜର୍ଜ ମୁଣ୍ଡାର ଘର। ସେ ଏହି ଖଣିକୁ ଆରମ୍ଭରୁ ବିରୋଧ କରିଆସୁଥିଲା। ଏହି କାରଣରୁ ସେ ବିସ୍ଫୋରକ ଆସୁଥିବା ସମ୍ପର୍କରେ ମାଓବାଦୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ ଜର୍ଜ ମୁଣ୍ଡାକୁ ମଧ୍ୟ ଗିରଫ କରିଛି। ସେହିପରି ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ବଡ଼ଧରଣର ବିସ୍ଫୋରକ ଲୁଟ୍ ମାମଲାରେ ଏକ ବଡ଼ ଷଡ୍ଯନ୍ତ୍ରର ଗନ୍ଧ ଥିବାରୁ ଏନ୍ଆଇଏ ତଦନ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/07/8nN1Xhf2mB65DIeMP25x.png)