ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ଉ କରି ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ୩ଟି ଛୁରୀ, ଲୁହାରଡ୍ ଏବଂ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ରାଜଗାଙ୍ଗପୁର ଅଞ୍ଚଳର ବିଶାଲ ସଙ୍ଖାରି (୩୬), କୟୁମ ଖାନ (୪୫) ଓରଫ ରାଫୋ, ଏମଡି ସବିର (୨୪), ପଙ୍କଜ ପାଣ୍ଡେ (୪୫) ଓ କରଣ ସିଂ (୧୯)।
ପୁଲିସ ସୂଚନା ମୁତାବକ ବୁଧବାର ରାତିରେ ଲପଲୋଇସ୍ଥିତ ଅସ୍ଥାୟୀ ମୂର୍ତ୍ତି ବିସର୍ଜନ ପୋଖରୀ ନିକଟରେ ଏକ ନିଛାଟିଆ ଜାଗାରେ କିଛି ଅସାମାଜିକ ଯୁବକ ରୁଣ୍ଡ ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ। ଡକାୟତି ଯୋଜନା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାଶଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଅରୁଣ ବେହେରା, ଏଏସଆଇ ହେମନ୍ତ ଧାରୁଆ, ପ୍ରଶାନ୍ତ ସେନାପତି ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଡକାୟତ ଦଳ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ୫ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି।
ଆହୁରି ପଢ଼ନ୍ତୁ: Robbery Plan Foil: ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ,ମାଡ଼ି ବସିଲା ପୁଲିସ: ୬ ଗିରଫ
ପେଟ୍ରୋଲ ପମ୍ପ୍ ଲୁଟିବାକୁ ଯୋଜନା
ଗିରଫ ଡକାୟତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଏକ ଖଣ୍ଡା, ଛୁରୀ, ୫ଟି ମୋବାଇଲ ଫୋନ୍, ଏକ ସ୍କୁଟି, ନଗଦ ୭ହଜାର ୬ଶହ ୪୦ ଟଙ୍କା ସହ ଡକାୟତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଲିପଲୋଇ ଠାରୁ କିଛି ଦୂରରେ ଥିବା ରାଜ୍ୟ ରାଜପଥ ୧୦ ଜାମପାଲି ବାଇପାସ ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଆହୁରି ପଢ଼ନ୍ତୁ: White Monkey: ଘଞ୍ଚ ଜଙ୍ଗଲରେ ବିରଳ ଧଳା ମାଙ୍କଡ଼
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/11/rajgangpur-2025-12-11-20-37-29.jpg)