ନକ୍ସଲଙ୍କ ପ୍ରେସ୍‌ ବିଜ୍ଞପ୍ତି: ବର୍ଷକରେ ୩୫୭ ମାଓବାଦୀଙ୍କ ମୃତ୍ୟୁ ନେଇ କଲେ ସ୍ବୀକାର

ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ପୁଲିସର ଅପରେସନରେ ନକ୍ସଲ ଏକ ପ୍ରକାର ଘାଇଲା ବାଘ ଭଳି ହୋଇଯାଇଛନ୍ତି। ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିବା ବେଳେ ପୁଲିସ ସହ ମୁକାବିଲା କରିବାରେ ବିଫଳ ହେଉଛନ୍ତି।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲଗାତାର ପୁଲିସର ଅପରେସନରେ ନକ୍ସଲ ଏକ ପ୍ରକାର ଘାଇଲା ବାଘ ଭଳି ହୋଇଯାଇଛନ୍ତି। ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିବା ବେଳେ ପୁଲିସ ସହ ମୁକାବିଲା କରିବାରେ ବିଫଳ ହେଉଛନ୍ତି। ଧୀରେଧୀରେ ସଂଗଠନକୁ ମଜବୁତ କରିବା ପାଇଁ ସଂଗଠନର ଶୀର୍ଷନେତାମାନେ ଏକତ୍ରିତ ହେବାକୁ ଲାଗିଲେଣି। ଏହି ପରିପ୍ରେକ୍ଷୀରେ ୨୪ ପୃଷ୍ଠା ସମ୍ବଳିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ସଂଗଠନର ସମସ୍ତ କାର୍ଯ୍ୟ ଧାରା, ପୁଲିସର ଶତ୍ରୁତା, ଲୋକଙ୍କୁ ସେବା ଯୋଗାଇବା ଇତ୍ୟାଦି ଉପରେ ଉଲ୍ଲେଖ ରହିଛି।

ତେବେ ଏଥିରେ ସବୁଠାରୁ ବିଶେଷ ବାର୍ତ୍ତା ହେଲା ନକ୍ସଲ ଚଳିତ ବର୍ଷ ୩୫୭ ଜଣ ନକ୍ସଲଙ୍କୁ ହରାଇଥିବା ସ୍ବୀକାର କରିଛନ୍ତି। ଏଥିରୁ ୧୧୬ ଜଣ ମହିଳା ନକ୍ସଲ ରହିଥିବା,୨୩ ଜଣ ଜିଲ୍ଲା କମିଟି ସଦସ୍ୟ କହିଛନ୍ତି। ସେହିପରି ୪ ଜଣ ସେଣ୍ଟ୍ରାଲ କମିଟିର ସଦସ୍ୟ ରହିଥିବା ବେଳେ ୧୬ ଜଣ ରାଜ୍ୟ କମିଟି ସଦସ୍ୟ ରହିଥିଲେ। ମୃତ୍ୟୁବରଣ କରିଥିବା ନକ୍ସଲଙ୍କର ସ୍ମୃତି ଉଦେଶ୍ୟରେ ଚଳିତ ମାସ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି।

ଏଥର ପ୍ରତ୍ୟେକ ଗାଁରେ ସହିଦସ୍ତମ୍ଭ ନିର୍ମାଣ କରି ବଳିଦାନ ଦେଇଥିବା କମ୍ରେଡମାନଙ୍କୁ ସ୍ମୃ଼ତିଚାରଣ କରାଯିବ ବୋଲି କୁହାଯାଇଛି। ପୁଲିସର କଗାର ଯୁଦ୍ଧକୁ ହରାଇବା ପାଇଁ ସମସ୍ତେ ଏକତ୍ରୀତ ହେବାକୁ ଆହ୍ବାନ ଦିଆଯାଇଛି। ଶାନ୍ତିବାର୍ତ୍ତା ପାଇଁ ବାରମ୍ବାର ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସରକାର ଏଥିରେ ରାଜି ହୋଇନଥିଲେ। ଯାହାଫଳରେ ନକ୍ସଲ ପୁଣି ଉଗ୍ରରୂପ ଧାରଣ କରିଛନ୍ତି। ନକ୍ସଲ ଆଗାମୀ ନିର୍ବାଚନରେ ମଇଦାନରେ ଓହ୍ଲାଇବେ ବୋଲି କହିଛନ୍ତି।

ରାଜନୀତିରେ ପାଦ ଦେଇ ସରକାରଙ୍କୁ ଘେରିବେ ବୋଲି କହିଛନ୍ତି। ପ୍ରେସ ବିଜ୍ଞପ୍ତି ଇଂରାଜୀ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଲିଖିତ ହୋଇଛି। ତେବେ ଏହା ସଂପୂର୍ଣ୍ଣ ଗଣ୍ଡି ଭାଷାରେ ରହିଛି। ଏହି ପ୍ରେସ ବିଜ୍ଞପ୍ତିରେ ଅନୁମାନ କରାଯାଉଛି ଯେ ସେଣ୍ଟ୍ରାଲ କମିଟି ସଦସ୍ୟମାନେ ପୁଣି ଏକତ୍ର ହୋଇ ପୁଲିସ ବିରୋଧରେ ଏକ ବଡ ଆକ୍ରମଣ କରିବେ। ପୁଲିସ ଏହି ପ୍ରେସ ବିଜ୍ଞପ୍ତିକୁ ନେଇ ତଦନ୍ତ ଆରମ୍ଭ କରିଛି। ନକ୍ସଲଙ୍କର ସମସ୍ତ ଚାଲକୁ ପରାସ୍ତ କରାଯିବ ବୋଲି ପୁଲିସ କହିଛି।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe