ବିଷଧର ସାପ କାମୁଡ଼ାରେ ୩ ମୃତ

Advertisment
ବିଷଧର ସାପ କାମୁଡ଼ାରେ ୩ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଷଧର ସାପଙ୍କ ଆତଙ୍କ ଜାରି ରହିଥିବା ବେଳେ ଆଜି ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମର ଦେଓମଣି ଦଣ୍ଡସେନା, ପେଦାବାଡା ଗ୍ରାମର ବାଲମତି ଖିଲ ଏବଂ ସୁନାପଦର ଗ୍ରାମର ୬ ବର୍ଷର ଶିଶୁ ଲଛମନ ସୋଡି ବୋଲି ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଏମାନଙ୍କୁ ସାପ କାମୁଡ଼ିଲା ସ୍ପଷ୍ଟ ହୋଇପାରି ନାହିଁ। ଏହି ଘଟଣା ପରେ ଶୋକର ଛାୟା ଖେଳି ଯାଇଛି। ଜିଲ୍ଲାରେ ପ୍ରତିଦିନ କେଉଁଠୁ ନା’ କେଉଁଠୁ ସାପ ବାହାରୁଥିବା ଦେଖିବାକୁ ମିଳୁଛି। ଗ୍ରାମରେ ସାପ କାମୁଡ଼ିଥିବା ଲୋକଙ୍କୁ ଡାକ୍ତରଖାନା ନଆଣି ଗୁଣିଆ ଦିଶାରୀ ନିକଟକୁ ଯାଉଛନ୍ତି। ଯାହାଫଳରେ ଲୋକେ ମୃତ୍ୟୁମୁଖରେ ପଡ଼ୁଥିବା ମତ ପ୍ରକାଶ ପାଇଛି। ବର୍ଷା ଆରମ୍ଭ ହେବାପରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ତେଣୁ ବନ ବିଭାଗ, ସ୍ବାସ୍ଥ୍ୟ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe