ଆତ୍ମସମର୍ପଣ କଲେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ମାଓବାଦୀ

ପୁଲିସକୁ ଆଉ ଏକ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

Mkg 17 naxal surrender

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଶୁକ୍ରବାର ଦିନ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ଜଂଗଲରେ ଲଗାତାର ଅପରେସନ ଜାରି ରଖିବା ଦ୍ବାରା ମାଓବାଦୀମାନେ ଅସ୍ତବ୍ୟସ୍ତ ଦେଖାଯାଉଛନ୍ତି।

ମାଓବାଦୀମାନେ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଚେଷ୍ଟା କରୁଛନ୍ତି। କିଛି ମାଓବାଦୀ ଭୟଭୀତ ହେବା ସହ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଫଳ ସ୍ବରୂପ ଆତ୍ମସମର୍ପଣ କରୁଛନ୍ତି।

ଚଳିତ ବର୍ଷର ଆଜି ସୁଦ୍ଧା ୨୮୨ ଜଣ ନକ୍ସଲ ଆତ୍ମସମର୍ପଣ କିସାରିଲେଣି। ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ମାଡବୀ ହୁଙ୍ଗା(୨୯), ସୁନାମ ଲଛୁ(୨୫), ସଭଲମ ଲଳିତା(୨୩), ମାଧବୀ ସୁଲା(୨୩), ନୁପ୍ପୋ ଲକ୍ଷ୍ମୀ(୨୬), କାବାସୀ ଆଡୁମା(୩୩), ମାଡ଼କମ ସମଡୁ(୨୨), ନୁପ୍ପୋ ଉଙ୍ଗି(୨୩), ଭେଞ୍ଜାମ ଉଙ୍ଗା(୩୪), କମଲୁ ଡୁଡଭା(୩୨), ମାଡ଼ବୀ ଲଖମା(୨୮), ମାଡ଼କମ ସହଦେବ(୨୦), ମୁଚାକି ଢାଡେ(୨୦), କାବାସୀ ନନ୍ଦେ(୨୦), ମାଡ଼କମ ହଡମା(୨୯) ଏବଂ ନୁପ୍ପୋ ମୁୟା(୪୦)। ଏମାନଙ୍କ ମଧ୍ୟରୁ ୮ ଲକ୍ଷ ଘୋଷିତ ୨ ଜଣ ଏସିଏମ ରହିଥିବା ବେଳେ ୪ ଜଣ ପାର୍ଟି ମେମ୍ବର ରହିଛନ୍ତି।

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ହାର୍ଡକୋର କ୍ୟାଡର ସମେତ ୧୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଦୁଇ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି। ସରକାରଙ୍କ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ସେମାନଙ୍କୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe