ସୁକମା ଜିଲ୍ଲାରୁ ୪ ନକ୍ସଲ ଗିରଫ, ଟିଫିନ ବୋମା ଜବତ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଂଚଳରୁ ୪ ଜଣ ନକ୍ସଲକୁ ଗିରଫ କରିଛି ପୁଲିସ। ଜଗରଗୁଣ୍ଡା ଏରିଆ କମିଟିରେ ଗିରଫ ହୋଇଥିବା ଏହି ଚାରି ଜଣ ନକ୍ସଲ ସକ୍ରିୟ ଥିଲେ।

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଂଚଳରୁ ୪ ଜଣ ନକ୍ସଲକୁ ଗିରଫ କରିଛି ପୁଲିସ। ଜଗରଗୁଣ୍ଡା ଏରିଆ କମିଟିରେ ଗିରଫ ହୋଇଥିବା ଏହି ଚାରି ଜଣ ନକ୍ସଲ ସକ୍ରିୟ ଥିଲେ।

63cb6f7d-22ac-4805-8fa8-5b93d9c364a2

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଂଚଳରୁ ୪ ଜଣ ନକ୍ସଲକୁ ଗିରଫ କରିଛି ପୁଲିସ। ଜଗରଗୁଣ୍ଡା ଏରିଆ କମିଟିରେ ଗିରଫ ହୋଇଥିବା ଏହି ଚାରି ଜଣ ନକ୍ସଲ ବେଶ୍‌ ସକ୍ରିୟ ଥିଲେ। ବେଦରେଠାରେ ରହିଥିବା ପୁଲିସ କ୍ୟାମ୍ପର ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଏହି ନକ୍ସଲମାନେ ବୋମା ଖଞ୍ଜିବାକୁ ଆସିଥିଲେ। ଏମାନଙ୍କୁ ସେଇଠାରେ ଗିରଫ କରିବା ସହ ପୁଲିସ ଏକ ଟିଫିନ ବୋମାକୁ ଜବତ ମଧ୍ୟ କରିଛି। 

ଜଗରଗୁଣ୍ଡା ଜଂଗଲରେ ୧୬୫ ସିଆରପିଏଫ ବାଟାଲିନୟର ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା। ଏମାନେ ପୁଲିସ ନିକଟରେ ନକ୍ସଲ ସହ ଜଡିତ ଥିବା ସ୍ବୀକାର କରିଥିଲେ। ବହୁ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ଗିରଫ ପରେ ପୁଲିସ ପଚରାଉଚରା କରିଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe