୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି।ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଯବାନ ସର୍ଚ୍ଚ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛନ୍ତି। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏହି ବୋମା ଖଞ୍ଜିଥିବା ବେଳେ ଏକ ବଡ ଧରଣର ଅଘଟଣରୁ ଯବାନ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଇଛି। ଏହି ବୋମା ବିସ୍ଫୋରଣ ହୋଇଥିଲେ ବହୁ ଯବାନ ଆହତ ହେବା ସହ ବହୁ କ୍ଷତି ହୋଇଥାନ୍ତା ବୋଲି ପୁଲିସ କହିଛି। ତେବେ ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଆଜି ଅଘଟଣ ଟଳିଯାଇଥିବା ପୁଲିସ କହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe