ଗଂଜେଇ ଜବତ,୧୧ ଗିରଫ

ଗଂଜେଇ ଜବତ,୧୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ପୁଲିସ ଆଜି ୬ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ୧୧ ଜଣକୁ ଗିରଫ କରିଛି। ଚିତ୍ରକୋଣ୍ଡା ଅଂଚଳରୁ ଏକ ସ୍କର୍ପିଓ ଏବଂ ଏକ ମାର୍ସଲରେ ଗଂଜେଇ ଚାଲାଣ ହେଉଥିବା ସଂପର୍କରେ ଖବରପାଇ ପୁଲିସ ଗୋବିନ୍ଦପାଲୀ ନିକଟରେ ଅପେକ୍ଷା କରି ରହିଥିଲେ। ମାର୍ସଲରେ ଗଂଜେଇ ଭର୍ତ୍ତି ହୋଇଥିବା ବେଳେ ସ୍କର୍ପିଓରେ ଚାଲାଣକାରୀମାନେ ରହି ଗଞ୍ଜେଇ ଗାଡ଼ିକୁ ବାଟ କଢ଼ାଇ ନେଉଥିଲେ। ପୁଲିସ ଏହି ଦୁଇଟି ଗାଡ଼ିକୁ ଗୋବିନ୍ଦପାଲ୍ଲୀରେ ଅଟକାଇଥିଲା।

ଏହି ଘଟଣାରେ ୬ କ୍ୱିଣ୍ଟାଲ ୧୦ କିଲୋଗ୍ରାମ ଗଂଜେଇ ଜବତ ହୋଇଥିବା ବେଳେ ୧୧ଜଣ ଗିରଫ ହୋଇଛନ୍ତି। ଜବତ ଗଂଜେଇର ଅନୁମାନିକ ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଂକା ହେବ।ଏହି ଗଂଜେଇ ଚିତ୍ରକୋଣ୍ଡାରୁ ଛତିଶଗଡକୁ ଚାଲାଣ ହେଉଥିବା ବୋଲି ଜଣାପଡିଛି। ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ପୋଲିସ କହିବା ଅନୁଯାୟୀ ମାର୍ଶାଲରେ ଗଂଜେଇ ଲଦା ହୋଇଯାଉଥିବା ବେଳେ ସ୍କୋର୍ପିଓ ଗାଡିଟି ତାକୁ ସହଯୋଗ କରୁଥିଲା।

ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ପ୍ରତିଦିନ ଗଂଜେଇ ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରକୁ ଚାଲାଣ କରାଯାଉଛି । ପୋଲିସ ଏବଂ ଅବକାରୀ ବିଭାଗର ଧରପଗଡ଼ରେ କିଛି ଗଞ୍ଜେଇ ଗାଡ଼ି ଧରାପଡୁଥିବା ବେଳେ ଅଧିକାଂଶ ଚମ୍ପଟ ମାରୁଛନ୍ତି। ଦୈନିକ କିଛି କିଛି ଗଞ୍ଜେଇ ମାଲକାନଗିରି ଜିଲ୍ଲାରେ ଜବତ ହେଉଛି। ତଥାପି ଏହି ନିଷିଦ୍ଧ କାରବାର ଉପରେ ଅଙ୍କୁଶ ଲଗାଇବାରେ ପୁଲିସ ଏବଂ ଅବକାରୀ ବିଭାଗ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe