ମାଲକାନଗିରି: ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଚଢାଉ କରି ଏକ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୬ଜଣ ନାବାଳିକା ସହ ଜଣେ ନାବାଳକକୁ ଉଦ୍ଧାର କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନର ସଦସ୍ୟା ସୁକାନ୍ତୀ ବିଶ୍ୱାଳ ଓ ହୃଷିକେଶ ସାହୁ ସତୀଗୁଡା ନିକଟସ୍ଥ ଏକ ନିର୍ମାଣଧୀନ କୋଠାରେ ଚଢାଉ କରିଥିଲେ। ଯାଞ୍ଚ ସମୟରେ ୭ଜଣ ଶିଶୁ ଶ୍ରମିକ ନିୟୋଜିତ ଥିବା ଜାଣିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଚାଇଲ୍ଡ ଲାଇନ କାର୍ଯ୍ୟାଳୟରେ ଆଣିବା ପରେ ୬ ଜଣ ନାବାଳିକାଙ୍କୁ ସ୍ୱାଧାର କେନ୍ଦ୍ରରେ ରଖାଯାଇଥିବା ବେଳେ ଜଣେ ନାବାଳକକୁ ଶିଶୁ ଗୃହରେ ରଖାଯାଇଛି। ଆସନ୍ତାକାଲି ସିଡବ୍ଲୁସି ନିକଟରେ ଏମାନଙ୍କୁ ହାଜର କରାଯିବା ପରେ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯିବା ନିମନ୍ତେ ଚିନ୍ତା କରାଯିବ ବୋଲି କୁହାଯାଇଛି। ସେହିପରି ନାବାଳକକୁ ପାଠ ପଢିବା ପାଇଁ କୌଣସି ସ୍କୁଲରେ ଭର୍ତ୍ତି କରାଯିବ ବୋଲି ଜଣାପଡିଛି। ଏ ସମସ୍ତ ଶିଶୁ ଶ୍ରମିକ ମାଲକାନଗିରି ବ୍ଲକର ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର କୁକୁଡାଗୁଡା ଗ୍ରାମର ବୋଲି ଜଣାପଡିଛି।
୬ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର
Advertisment
Follow Us