ଡିକି ଭାଙ୍ଗି ୮୦ ହଜାର ଟଙ୍କା ଚୋରି

ଡିକି ଭାଙ୍ଗି ୮୦ ହଜାର ଟଙ୍କା ଚୋରି

दैनिक जागरण

ମାଲକାନଗିରି: ଆଜି ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୮୦ ହଜାର ଟଂକା ଚୋରି ହୋଇଛି। ବରିଷ୍ଠ ନାଗରିକ ବିମଳ ମିସ୍ତ୍ରୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବାଲିମେଳା ଛକ ନିକଟରେ କିଛି ସମୟ ରହି ବହି ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅନୁସରଣ କରୁଥିବା ଦୁର୍ବୃତ୍ତ ଡିକି ଭାଙ୍ଗି ଟଂକା ନେଇ ଚମ୍ପଟ ମାରିଥିଲେ। ତେବେ ଶ୍ରୀ ମିସ୍ତ୍ରୀ ଏହା ଜାଣିପାରି ନଥିଲେ। ସେ ସ୍ଥାନୀୟ କାନାରା ବ୍ୟାଙ୍କ ନିକଟରେ ରହିଥିବା ଘରେ ପହଞ୍ଚି ଦେଖିବା ବେଳେ ଡିକିରେ ଟଙ୍କା ନଥିବା ଜାଣିପାରିଥିଲେ। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ମାଲକାନଗିରିରେ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ଲୋକେ ଏଭଳି ଲୁଟ୍‌ର ଶିକାର ହେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଡିକିରେ ଟଙ୍କା ରଖି ଲୋକେ ଅସୁବିଧାରେ ପଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe