ମାଲକାନଗିରି: ମାଲକାନଗିରି ବନ ବିଭାଗ ତରଫରୁ ଚଢାଉ କରାଯାଇ ଶାଗୁଆନ କାଠ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଜୟପରୁ ମୁଖ୍ୟ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ଏକ ନମ୍ବର ବିହୀନ ଅମିନି ଗାଡି ଆସୁଥିବାର ଦେଖି ତାକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୮ଟି ଶାଗୁଆନ ପଟ୍ଟା, ୩ଟି ଶାଗୁଆନ ସାଇଜ୍ ଏବଂ ୮ଟି ଶାଳ ସାଇଜ୍ ଜବତ କରାଯାଇଥିଲା। ତେବେ ବନ କର୍ମଚାରୀଙ୍କୁ ଦେଖି ଅମିନି ଡ୍ରାଇଭର ଗାଡି ଛାଡି ଦୌଡି ପଳାଇବାରେ ସକ୍ଷମ ହୋଇଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଅମିନି ଗାଡିକୁ ମଧ୍ୟ ଜବତ କରାଯାଇଛି। ଏହି ଚଢାଉରେ ଫରେଷ୍ଟର ଦିପଙ୍କର ଶିଉଳି, ରାଜେଶ କୁମାର ସେଠୀ, ଜଗଦିଶ କୁମାର ଦାସ, ଫରେଷ୍ଟ ଗାର୍ଡ ଦିପ୍ତୀ ରଂଜନ ନାୟକ, ହୃଷିକେଶ ପାଣିଗ୍ରାହୀ ସମେତ ପାରା ଷ୍ଟାଫ୍ ସାମିଲ ଥିଲେ।
୮ ଶାଗୁଆନ ପଟା ଜବତ
Advertisment
Follow Us