ମାଲକାନଗିରି ସହରରୁ ୯ଟି ନାଗ ସାପ ଓ ଅଜଗର ଉଦ୍ଧାର

ମାଲକାନଗିରି ଜିଲ୍ଲା ସାପଙ୍କ ପ୍ରଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିବର୍ଷ ଶହଶହ ସାପ ଧରାଯିବା ସହ ଜଙ୍ଗଲରେ ଛଡ଼ାଯାଉଛି। ଜିଲ୍ଲାରେ ପ୍ରବଳ ଅଜଗର ଦେଖିବାକୁ ମିଳେ। ଏଥିସହ ବିଲୁପ୍ତ ହେବାକୁ ବସିଥିବା କିଙ୍ଗ କୋବ୍ରା ମଧ୍ୟ ଉଦ୍ଧାର କରାଯାଉଛି।

snake

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାପଙ୍କ ପ୍ରଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିବର୍ଷ ଶହଶହ ସାପ ଧରାଯିବା ସହ ଜଙ୍ଗଲରେ ଛଡ଼ାଯାଉଛି। ଜିଲ୍ଲାରେ ପ୍ରବଳ ଅଜଗର ଦେଖିବାକୁ ମିଳେ। ଏଥିସହ ବିଲୁପ୍ତ ହେବାକୁ ବସିଥିବା କିଙ୍ଗ କୋବ୍ରା ମଧ୍ୟ ଉଦ୍ଧାର କରାଯାଉଛି। ଏହି କ୍ରମରେ ଆଜି ମାଲକାନଗିରି ସହରରେ ୯ଟି ନାଗ ସାପକୁ ଧାରାଯାଇଥିବା ବେଳେ ଏମଭି-୮ ଗ୍ରାମରୁ ଏକ ୯ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇଛି। 

କୁକୁଡ଼ା ଖାଇବା ପାଇଁ ଜଙ୍ଗଲରୁ ଗାଁ ମୁଁହା ହେଉଛନ୍ତି ଅଜଗର ସାପ। ଏମଭି-୮ ଗ୍ରାମର ଜଣେ ଗ୍ରାମବାସୀଙ୍କ କୁକୁଡ଼ା ଖାଇବାକୁ ଚେଷ୍ଟା କରୁଥିବା ବେଳେ ଘର ଲୋକେ ଜାଣିବା ପରେ ସ୍ନେକ ହେଲ୍ପ ଲାଇନର  ଶରତ ମାଝୀଙ୍କୁ ସୂଚନା ଦେବା ପରେ ଶ୍ରୀ ମାଝି ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ୯ଟି ନାଗ ସାପ ଓ ଅଜଗରକୁ ଉଦ୍ଧାର କରିଥିଲେ। ପରେ ସମସ୍ତ ସାପକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଥିଲା।

ସହରରେ ସାପଙ୍କ ବାସସ୍ଥଳୀ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ସାପ ଦେଖିବାକୁ ମିଳୁଛି। ଯାହାକୁ ନେଇ ସହର ବାସିନ୍ଦା ଛାନିଆ ହୋଇପଡିଛନ୍ତି।

 Snake | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe