Poision In Water: ବିଦ୍ୟାଳୟ ପାଣି ଟାଙ୍କିରେ ବିଷ, ସତର୍କତା ପଦକ୍ଷେପ ବଞ୍ଚାଇଲା ‌ଅନେକ ଜୀବନ

Advertisment

ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି।

ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି।

Untitled-14

Malkangiri Photograph: (sambad.in)

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି। ସେହିପରି ଅନେକଗୁଡ଼ିଏ ସାମାଜିକ ସଂଗଠନ ରହିଛି, ଯେଉଁମାନେ କି ଶିଶୁ ବିକାଶ କ୍ଷେତ୍ରରେ କାମ କରନ୍ତି। ତେମେ ଆମ ସମାଜରେ ଅନେକ ଲୋକ ପିଲାମାନଙ୍କର ପାଇଁ ଭଲ କାମ କରୁଥିବା ବେଳେ ଆଉ କିଛି ଲୋକ ମନ୍ଦ ଚିନ୍ତା କରୁଛନ୍ତି। ମାଲକାନଗିରି ଜିଲ୍ଲାରୁ ଏଭଳି ଚିତ୍ର ଆସିଛି। ପାଣି ଟାଙ୍କିରେ ବିଷ ମିଶାଇ ଦୁର୍ବୃତ୍ତମାନେ ପିଲାମାନଙ୍କୁ ମାରିବା ପାଇଁ ଉଦ୍ୟମ କରିଛନ୍ତି। 

ଦୁର୍ବୃତ୍ତମାନେ ମାଲକାନଗିରି ଜିଲ୍ଲାର ଏକ ବିଦ୍ୟାଳୟ ପରିସରରେ ଥିବା  ପାଣି ଟାଙ୍କିରେ ବିଷ ମିଶାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଥିଲି ବ୍ଳକ ଦଳବପତିଗୁଡା ଫଂଚାୟତର ସିନ୍ଧାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପାଣିଟାଙ୍କିରେ ବିଷକ୍ରିୟା ନେଇ ଜଣାପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ବଡ଼ ଅଘଟଣରୁ ମଧ୍ୟ ବର୍ତ୍ତି ଯାଇଛନ୍ତି। ସବୁଦିନ ଭଳି ଗତକାଲି ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ରୋଷେଇ କରୁଥିବା ମହିଳାମାନେ। ପାଣି ମୋଟର ଚଲାଇବା ପରେ ବୋରଓ୍ବେଲର ପାଣିରେ ଫେଣ ସୃଷ୍ଟି ହେବା ସହ ଅଜବ ପ୍ରକାର ଦୁର୍ଗନ୍ଧ ବାହାରି ଥିଲା। ଆଗରୁ ବ୍ୟବହାର ଯୋଗ୍ୟ ପାଣିର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ରୋଷେୟାମାନେ ଜଣାଇଥିଲେ। ପରେ ପରିଚାଳନା କମିଟିଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା। ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯିବା ସହ କମିଟିର ନିଷ୍ପତ୍ତି କ୍ରମେ ମାଥିଲି ଥାନାରେ ଏତଲା ଦିଆଯାଇଥିଲା। 

ଆହୁରି ପଢ଼ନ୍ତୁ: Leopard Dies: କଲରାପତରିଆ ବାଘ ମୃତ୍ୟୁ: ବିଷ ମିଶାଇ ଶିକାର କଲେ ବୃଦ୍ଧ

ଘଟଣାର ତଦନ୍ତ ଜାରି

ପୁଲିସ ଉପସ୍ଥିତିରେ ଜଳଯୋଗାଣ ବିଭାଗର ଅଧିକାରୀ ପହଂଚି ପାଣିର ନମୂନା ସଂଗ୍ରହ କରି ବୋରଓ୍ବେଲର ହ୍ୟାଣ୍ଡେଲକୁ ଖୋଲିବା ସହ ପାଣିଟାଙ୍କି ଓ ବୋରଓ୍ବେଲକୁ ସିଲ କରିଛନ୍ତି। ପୁଲିସ ଅଧିକା ତଦନ୍ତ କରୁଥିବା ଜଣାପଡିଛି। ତେବେ କିଏ ଓ କାହିଁକି ଏହି ପାଣି ଟାଙ୍କିରେ ବିଷ ମିଶାଇଲା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Malkangiri Violence: ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe