କାର-ବାଇକ ମୁହାଁମୁହିଁ ଧକ୍କା; ଜ‌ଣେ ମୃତ

Advertisment
କାର-ବାଇକ ମୁହାଁମୁହିଁ ଧକ୍କା; ଜ‌ଣେ ମୃତ

ମାଲକାନଗିରି: ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଜୟପୁର -ମାଲକାନଗିରି ଜାତୀୟ ରାଜପଥ ୩୨୬ କୋତାମେଟା ନିକଟରେ ଜୟପୁର ପଟରୁ ଆସୁଥିବା ଏକ କାର ସହ ମଟର ସାଇକେଲର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମଟର ସାଇକେଲ ଅରୋହୀର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ  ସଂଜୀବ ସିଂହ ରେଡ୍ଡି ବୋଲି ଜଣାପଡିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ମାଲକାନଗିରି ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉତ୍ତେଜନାକୁ ଶାନ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe