ନିଜକୁ ଗୁଳି ମାରି ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ ; ମେଡିକାଲରେ ଭର୍ତ୍ତି

ନିଜକୁ ଗୁଳି ମାରି ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ ; ମେଡିକାଲରେ ଭର୍ତ୍ତି

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୧୭୦ ସିଆରପିଏଫ ବାଟାଲିୟନର ଯବାନ ନିଜକୁ ଏକେ-୪୭ ବନ୍ଧୁକରେ ଗୁଳି ମାରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତେବେ ତୁରନ୍ତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ମୋଦକପାଲ ଠାରେ ରହିଥିବା ୧୭୦ ସିଆରପିଏଫ ବାଟାଲିନୟରେ ତାମିଲନାଡୁ ରାଜ୍ୟର ତ୍ରିବେନ୍ଦ୍ରମର ସିବୁ.ଏସ ନାମକ ଯବାନ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ରାତିରେ ଫୋନରେ କାହା ସହ କଥାବାର୍ତ୍ତା ହେଉଥିଲେ ।

ପରେ ରାଗିଯାଇ ନିଜ ଉପରେ ସେ ଧରିଥିବା ଏକେ-୪୭ ବନ୍ଧୁକରେ ଗୁଳି ମାରିଥିଲେ। ତୁରନ୍ତ ସାଥି ଯବାନ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ସେ ଗୁରୁତର ଥିବାରୁ ରାତିରେ ହେଲିକେପ୍ଟର ଯୋଗେ ତାଂକୁ ରାୟପୁର ରାମକ୍ରିଷ୍ଣା ହସପିଟାଲକୁ ନିଆଯାଥିବା କୁହାଯାଇଛି। ସେ ଏବେ ବି ସଂକଟାପନ୍ନ ରହିଛନ୍ତି।ଗୁଳି ତାଂକର ବାମ ଛାତିରେ ପଶି ବାହାରକୁ ବାହାରି ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe