ଆଶା କନଷ୍ଟ୍ରକ୍ସନ ନିର୍ଦେଶକ ଗିରଫ

Advertisment
ଆଶା କନଷ୍ଟ୍ରକ୍ସନ ନିର୍ଦେଶକ ଗିରଫ

ମାଲକାନଗିରି : ମାଓନେତା ରଣଦେବଙ୍କୁ ଭେଟିବାକୁ ଯାଉଥିବା ଠିକା ସଂସ୍ଥା ଆଶା କନଷ୍ଟ୍ରକ୍ସନର ନିର୍ଦେଶକ ତାରକନାଥ ପୋଲ (୪୧)ଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ଗିରଫ କରିଛି। ଗତକାଲି ସଂଧ୍ୟାରେ ସେ ସନ୍ଦିଗ୍ଧ ଅବସ୍ଥାରେ ମାଓ ପ୍ରବଣ ଦୋରାଗୁଡା ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ ପହଞ୍ଚି ପଚରା ଉଚୁରା ଆରମ୍ଭ କରିଥିଲା। କଥାବାର୍ତାରେ ତାଳମେଳ ରହୁନଥିବା ସହ ପୁଲିସକୁ ଦେଖି ସେ ବିବ୍ରତ ହୋଇଯାଇଥିଲେ। ତେଣୁ ପୁଲିସର ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ତେଣୁ ତାଙ୍କ ବ୍ୟାଗ୍‌କୁ ଯାଞ୍ଚ କରିଥିଲା। ସେଥିରୁ ମାଓବାଦୀଙ୍କୁ ଦେବା ପାଇଁ ବହୁ ସାମଗ୍ରୀ ବାହାରିଥିଲା। ଏହାପରେ ଠିକା ସଂସ୍ଥା ନିର୍ଦେଶକ ଶ୍ରୀ ପୋଲଙ୍କୁ ଗିରଫ କରାଯାଇଥିଲା।

publive-image

ଆଜି ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ଜଗମୋହନ ମୀନା ଘଟଣା ସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଏସପିଙ୍କ କହିବା ଅନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୩୮ ଗାଁର ତାରକନାଥ ପୋଲ ଆଶା କନଷ୍ଟ୍ରକ୍ସନର ନିର୍ଦେଶକ ଅଛନ୍ତି। ଗତକାଲି ସେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ଅଞ୍ଚଳକୁ ଗୋଟିଏ ବ୍ୟାଗ‌ରେ କିଛି ଜିନିଷ ନେଇ ଯାଇଥିଲେ। ହଠାତ୍ ପୁଲିସକୁ ଦେଖି ଶ୍ରୀ ପୋଲ ହଡ଼ବଡ଼େଇ ଯାଇଥିଲେ। ଏହାପରେ ପୁଲିସ ତାଙ୍କ ନୀଳ ରଙ୍ଗର ବ୍ୟାଗ୍‌କୁ ଯାଞ୍ଚ କରିଥିଲା। ସେଥିରୁ ୧୦ଟି ଡିଟୋନେଟର, ୨୦ ମିଟର ବିଦ୍ୟୁତ ତାର, ଗୋଟିଏ ଗାମୁଛା, ଗୋଟିଏ ଅଜନ୍ତା ଟୁଥ ବ୍ରସ, ଟୁଥପେଷ୍ଟ, ପେନ, କିଛି କାଗଜ, ମୋବାଇଲ ଫୋନ, ନଗଦ ୬୧ ହଜାର ୭୩୮ ଟଂକା ବାହାରିଥିଲା। ଶ୍ରୀ ପୋଲ ସ୍ବୀକାର କରିଥିଲେ ଯେ, ଯେଉଁ କାଗଜ ସେ ଧରିଛନ୍ତି ତାକୁ କାଲିମେଳା ଦଲମର ନେତା ରଣଦେବକୁ ଦେବାକୁ ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe