ଏଟିଏମ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ବିଫଳ: ଧରାପଡ଼ିନି ଚୋର

ଏଟିଏମ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ବିଫଳ: ଧରାପଡ଼ିନି ଚୋର

କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳାରେ ଏଟିଏମ ଭାଙ୍ଗି ଟଙ୍କା ଚୋରି କରିବା ଉଦ୍ୟମ ବିଫଳ ହୋଇଛି। ସାଇରନ ବାଜିବା ଦେଖି ଚୋର ଫେରାର ମାରିଥିଲେ।ସୂଚନା ଅନୁଯାୟୀ, ଗତକାଲି ରାତି ୨ଟା ୧୦ ମିନିଟ୍ ସମୟରେ କାଲିମେଳା ହାଟପଦାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ ଭାଙ୍ଗି ଜଣେ ଚୋର ଟଙ୍କା ଚୋରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଚୋର ଜଣଙ୍କ ଏଟିଏମ ଆଗ ପଟ ଡୋର ଭାଙ୍ଗି ଲକ୍ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏଥିସହିତ ସେ ସିସିଟିଭି ତାର କାଟିବା ସହିତ ଏକ କ୍ୟାମେରା ଭାଙ୍ଗି ଦେଇଥିବାର ଜଣାପଡ଼ିଛି।

ଠିକ ଏହି ସମୟରେ ସାଇରନ୍ ବାଜିବା ପରେ ଚୋରଜଣଙ୍କ ଧାଇଁ ପଳାଇଯାଇଥିଲେ। ଚୋର ଏକ ରେନିକୋଟ ପିନ୍ଧିବା ସହିତ ମୁହଁରେ ମଙ୍କି କ୍ୟାପ ଓ ହାତରେ ଗ୍ଳୋବ୍ ପିନ୍ଧିଥିଲା। ଏ ସମ୍ପର୍କରେ ରାତିରେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳକୁ ଯାଇ ପୁଲିସ ଛନଭିନ କରିଥିଲେ ମଧ୍ୟ ଚୋରର ସନ୍ଧାନ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe