ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓବାଦୀମାନେ ସୁଧୁରୁ ନାହାନ୍ତି। ବିଗତ ଏକ ମାସ ମଧ୍ୟରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ମାଓବାଦୀ ଆତ୍ମସମର୍ପଣ କରସିାରିଛନ୍ତି। ଆହୁରି ଶତାଧିକ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି ବୋଲି ମାଓନେତାମାନେ ମଧ୍ୟ ଚର୍ଚ୍ଚା କରୁଛନ୍ତି। ତେବେ ଏହାରି ମଧ୍ୟରେ ମାଓବାଦୀମାନେ ସୁରକ୍ଷାବାହିନୀକୁ ଟାର୍ଗେଟ କରୁଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍‌କାଉଣ୍ଟର ଘଟଣା ଘଟିଛି। ଏହି ଗୁଳିମାଡ଼ରେ ୩ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟରେ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୧୨ଜଣ ମାଓବାଦୀ ନିପାତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳ ଅଭିମୁଖେ ଅତରିକ୍ତ ସୁରକ୍ଷା ବାହିନୀ ପହଞ୍ଚୁଛନ୍ତି। 

Advertisment

ମାଓ ପ୍ରଭାବିତ ବିଜାପୁର ଜିଳ୍ଲାର ଏକ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା। ଏହି ଆଧାରରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। ସୁରକ୍ଷାବାହିନୀକୁ ଦେଖିବା ପରେ ମାଓବାଦୀମାନେ ବିଚଳିତ ହୋଇପଡ଼ିଥିଲେ। ସେମାନେ ଅଙ୍କୁଶ ଲଗାଇ ବସିଥିବାରୁ ପୂର୍ବ ଯୋଜନା ଅନୁସାରେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ମାରିଥିଲେ। ମାଓବାଦୀଙ୍କର ଗୁଳିମାଡ଼ରେ ୩ଜଣ ଯବାନ ସହିଦ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: Maoists Surrender: ମୁଖ୍ୟସ୍ରୋତ ଅଭିମୁଖେ ମାଓବାଦୀ! ୨୬ଜଣ ଯବାନଙ୍କ ସହିଦର କାରଣ ଥିବା ଭୀମା ଛାଡ଼ିଲା ଅସ୍ତ୍ର

ସର୍ଚ୍ଚ ଅପରେସନ୍‌ ଜାରି

ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ ବୁଧବାର କହିଛନ୍ତି, ପଶ୍ଚିମ ବସ୍ତର ଡିଭିଜନର ଏକ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଛି। ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ରିଜର୍ଭ ଗାର୍ଡ, ଏସ୍‌ଟିଏଫ୍‌ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍‌)ର ବାଟାଲିଅନ ପହଞ୍ଚି ଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି କରିଥିଲେ। କିନ୍ତୁ ଆମର ଯବାନମାନେ କଡ଼ା ମୁକାବିଲା କରିଛନ୍ତି। ଏନ୍‌କାଉଣ୍ଟରରେ ୧୨ଜଣ ମାଓବାଦୀ ନିପାତ ହୋଇଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି। 

ଦୁଇ ଯବାନ ସହିଦ: ଆଇଜି

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଡିଆରଜି ଦନ୍ତେୱାଡା-ବିଜାପୁର, ଏସଟିଏଫ୍‌, ସିଆରପିଏଫ୍‌ ଏବଂ କୋବ୍ରା ଟିମର ଯୁଗ୍ମ ଅପରେସନରେ ବିଜାପୁର-ଦନ୍ତେୱାଡା ଭିତରେ ଜିଲ୍ଲା ସୀମାରେ ପଶ୍ଚିମ ବସ୍ତର କ୍ଷେତରେ ୭ଜଣ ନକ୍ସଲ ନିପାତ ହୋଇଛନ୍ତି। କର୍ତ୍ତବ୍ୟରତ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: 7 Naxals Killed In Encounter: ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଣି ଏନକାଉଣ୍ଟର, ୭ ନକ୍ସଲ ନିହତ