ମାଲକାନଗିରି: ସୁରକ୍ଷାକର୍ମୀମାନେ ଯେଉଁ ଭଳି ନକ୍ସଲମାନଙ୍କୁ ନିପାତ କରୁଛନ୍ତି ଓ ନକ୍ସଲମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି, ତାହା ଦେଖିଲେ ଲାଗୁଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ଟାର୍ଗେଟ ପୂରଣ ହେବ। ୨୦୨୬ ମାର୍ଚ୍ଚ ସୁଦ୍ଧା ନକସଲମୁକ୍ତ ଭାରତ ଗଠନ ସମ୍ଭବ ହେବ।

Advertisment

ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତା ରାମ ରାଜୁ ଜିଲ୍ଲା ସୀମାନ୍ତରେ ଆଜି ସକାଳେ ପୁଣି ଗୁଳିବିନିମୟ ଘଟିଛି। ଏଜି ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। 

ଆନ୍ଧ୍ର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ମାରେଡୁମଲ୍ଲି ଥାନା ଅଂଚଳର ଜିଏମ ଭାଲସା ଗ୍ରାମ୍ୟ ଜଙ୍ଗଲରେ କିଛି ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ ସେହି ଅଞ୍ଚଳକୁ ଚଢ଼ାଉ କରିଥିଲେ। ଆଜି ଭୋର ସକାଳୁ ନକ୍ସଲ ଏବଂ ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ୭ ଜଣ ମାଓବାଦୀଙ୍କ ଶବ ଜବତ କରିଛି। ମୃତ ନକ୍ସଲ ମଧ୍ୟରେ ଆନ୍ଧ୍ର- ଓଡ଼ିଶା ବର୍ଡର ଡିଭିଜନାଲ କମିଟି ମେମ୍ବର ଏମ ଜାଗା ରାଓ ଓରଫ ଟେକ ଶଙ୍କର,ଡିଭିଜନାଲ କମିଟି ମେମ୍ବର ସୀତା ଓରଫ ଜ୍ୟୋତି ସମେତ ୫ ଜଣ ଏସିଏମ ନିହତ ହୋଇଥିବା ପୁଲିସ କହିଛି।

BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

ପ୍ରକାଶ ଥାଉକି ଗତକାଲି ମେରଡୁମଲ୍ଲି ଜଙ୍ଗଲରେ ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଥିଲେ। ଏହି ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ନେତା ହିଡ଼ମା ସହ ତାଙ୍କ ପତ୍ନୀ ରାଜେ ଓ ଅନ୍ୟ ୪ ଜଣ ନିହତ ହୋଇଥିଲେ। ଆଜିର ଏନକାଉଣ୍ଟର ରିପୋର୍ଟ ଯବାନ ଫେରିବା ପରେ ଦିଆଯିବ ବୋଲି ଆନ୍ଧ୍ର ପୁଲିସ କହିଛି।

ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା ନିହତ

ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଯବାନଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା। ହିଡ଼ମାଙ୍କ ପତ୍ନୀ ରାଜେଙ୍କ ସମେତ ମୋଟ ୬ ନକ୍ସଲ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଆଲ୍ଲୁର ସୀତାରାମ ରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି। ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍‌ ଜୋର୍‌ଦାର ପରେ ଆନ୍ଧ୍ର ଜଙ୍ଗଲରେ ଆତ୍ମଗୋପନ କରିବାକୁ ହିଡ଼ମା ଆସୁଥିବା ସମୟରେ ଗ୍ରେହାଉଣ୍ଡ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି। ନିହତ ନକ୍ସଲମାନେ ହେଲେ କେନ୍ଦ୍ରୀୟ କମିଟି ସଦସ୍ୟ ମାଡ଼ବି ହିଡ଼ମା, ହିଡ଼ମାଙ୍କ ପତ୍ନୀ ତଥା ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ୍‌ କମିଟି ସଦସ୍ୟ ମାଡକମ ରାଜେ, ଡିଭିଜିନାଲ୍‌ କମିଟି ମେମ୍ବର ଲାକମାଲ, ପିପିସିଏମ୍‌ କମଳୁ, ମାଲା ଓ ହିଡ଼ମାର ଅଙ୍ଗରକ୍ଷୀ ଦେବେ। ହିଡ଼ମାର ମୁଣ୍ଡ ଉପରେ ୫ ରାଜ୍ୟରେ ଅଢ଼େଇ କୋଟି ଏବଂ ତାଙ୍କ ପତ୍ନୀ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଯବାନ ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍‌, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ସିଙ୍ଗଲ୍‌ ବୋର ବନ୍ଧୁକ ଓ ବିପୁଳ ବିସ୍ଫୋରକ ଜବତ କରିଛନ୍ତି। 

ଆହୁରି ପଢ଼ନ୍ତୁ:Chief Minister gives strong words: ଜିଲ୍ଲାପାଳ, ଏସ୍‌ପିଙ୍କୁ କଡ଼ା କଥା ଶୁଣାଇଲେ ମୁଖ୍ୟମନ୍ତ୍ରୀ: ‘ଦୁର୍ନୀତିକୁ ବରଦାସ୍ତ କରିବିନି’

ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼-ମହାରାଷ୍ଟ୍ର-ତେଲେଙ୍ଗାନାରେ ଘଟିଥିବା ବହୁ ମାଓହିଂସାର ମାଷ୍ଟର୍‌ମାଇଣ୍ଡ ଥିଲା ହିଡ଼ମା। ୫ ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓ କାର୍ଯ୍ୟକଳାପକୁ ପରିଚାଳନା କରିବାରେ ହିଡ଼ମାର ପ୍ରମୁଖ ଭୂମିକା ରହିଛି। ୪୩ ବର୍ଷୀୟ ହିଡ଼ମା ୧୯୯୧ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲା। ସଂଗଠନରେ ହିଡ଼ମା ଓରଫ ସନ୍ତୋଷ ନାମରେ ବେଶ ପରିଚିତ ଥିଲା। ମାଓ ସଂଗଠନର ସବୁଠାରୁ ଶକ୍ତିଶାଳୀ, ରହସ୍ୟମୟ ଗରିଲା ଯୁଦ୍ଧରେ ମାହିର ଥିଲା ହିଡ଼ମା। ଦକ୍ଷିଣ ବସ୍ତର ଡିଭିଜନ୍‌ର ମୁଖ୍ୟ ତଥା ପିଏଲ୍‌ଜିଏ ପ୍ଲାଟୁନ ନଂ-୧ର ମୁଖ୍ୟ କମାଣ୍ଡର ଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ମାଓ ସଂଗଠନର ଶୀର୍ଷ କମିଟିରେ ସ୍ଥାନ ପାଇଥିବା ହିଡ଼ମା ଶହେରୁ ଊର୍ଧ୍ବ ଆକ୍ରମଣରେ ସାମିଲ ଥିଲା। ସେହିପରି ୨୭ଟି ବଡ଼ ଆକ୍ରମଣରେ ୨୦୦ରୁ ଊର୍ଧ୍ବ ଯବାନଙ୍କ ଜୀବନ ନେଇଛି। ୨୦୧୦ରେ ସୁକମା ଜିଲ୍ଲାର କାଡମେଟେଲାରେ ଆମ୍ବୁସ ମାଧ୍ୟମରେ ୭୬ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା କରିଥିଲା ହିଡ଼ମା। ସେହିପରି ୨୦୧୩ ଦରଭା ଘାଟି ଆକ୍ରମଣରେ ୨୭ କଂଗ୍ରେସ ନେତା, ୨୦୧୭ ବୁର୍କାପାଲ ଆକ୍ରମଣରେ ୨୬ ସିଆର୍‌ପିଏଫ୍‌ ଯବାନ, ୨୦୨୧ରେ ବିଜାପୁରରେ ୨୨ ସିଆର୍‌ପିଏଫ୍‌ ଯବାନଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ ଥିଲା ହିଡ଼ମା।  

ଗତ ଏକ ଦଶନ୍ଧି ଧରି ୫ ରାଜ୍ୟର ପୁଲିସ୍‌ ହିଡ଼ମାକୁ ଖୋଜୁଥିଲା। ପୁଲିସ ହାତରୁ ବହୁ ଥର ଅଳ୍ପକେ ଖସି ଯିବାରେ ସକ୍ଷମ ହୋଇଥିଲା ହିଡ଼ମା। ଛତିଶଗଡ଼ରେ ମାଓ ଅପରେସନ୍‌ ଜୋର୍‌ଦାର ପରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ବାସବରାଜୁ ସମେତ ବହୁ କେନ୍ଦ୍ରୀୟ କମିଟି ସଦସ୍ୟ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ପୁଲିସ ଗୁଳିରୁ ବର୍ତ୍ତିବା ଆଉ ସମ୍ଭବ ନଥିବାରୁ ବହୁ ଟପ୍‌ କ୍ୟାଡର ଆତ୍ମସର୍ମପଣ କରିଥିଲେ। ହିଡ଼ମାଙ୍କୁ ମଧ୍ୟ ଆତ୍ମସର୍ମପଣ ପାଇଁ ପ୍ରସ୍ତାବ ଦେଇଥିଲା ଛତିଶଗଡ଼ ପୁଲିସ। ଗୃହ ମନ୍ତ୍ରୀ ବିଜୟ କୁମାର ଶର୍ମା ପୂର୍ବତ୍ତୀ ଗାଁକୁ ଯାଇ ହିଡ଼ମାର ମା’ଙ୍କୁ ଭେଟି ଆତ୍ମସର୍ମପଣ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରସ୍ତାବରେ ରାଜି ନ ହେବାରୁ ୨୦୦୦ରୁ ଊର୍ଦ୍ଧ୍ବ ଯବାନ ହିଡ଼ମାକୁ ଘେରିଥିଲେ। ଛତିଶଗଡ଼ ପୁଲିସ କବଳରୁ ବର୍ତ୍ତିବା ପାଇଁ ହିଡ଼ମା ପତ୍ନୀ ରାଜେ, ଅଙ୍ଗରକ୍ଷୀ ଦେବେ ଓ ଅନ୍ୟ ୩ କ୍ୟାଡର ନକ୍ସଲଙ୍କ ସହ ଆନ୍ଧ୍ରମୁହାଁ ହୋଇଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଯବାନ ମାରେଡମଲ୍ଲୀ ଜଙ୍ଗଲରେ ଚଢ଼ଉ କରିଥିଲେ। ମଙ୍ଗଳବାର ସକାଳୁ ନକ୍ସଲ-ଯବାନ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା। ଫଳରେ ହିଡ଼ମା ସମେତ ୬ ନକ୍ସଲ ଟଳି ପଡ଼ିଥିଲେ। ସର୍ଚ୍ଚ ଅପରେସନ୍‌ ସମୟରେ ଠାବ ହୋଇଥିବା ମୃତଦେହ ଚିହ୍ନଟ ପରେ ହିଡ଼ମାର ମୃତ୍ୟୁ ଘଟିଥିବା ଆନ୍ଧ୍ର ପୁଲିସ ସ୍ପଷ୍ଟ କରିଛି। ହିଡ଼ମାର ନିହତ ଖବର ପ୍ରଚାର ହେବା ପରେ ଛତିଶଗଡ଼ର ସମସ୍ତ ନକ୍ସଲ ପ୍ରବଣ ଅଞ୍ଚଳର ଲୋକେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି।