ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏଥର ନକ୍ସଲ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ବିଜାପୁର ଜିଲ୍ଲାର ଉସୁର ଥାନା ଅଂଚଳର ମଞ୍ଜାଲକାଂକେର ଗ୍ରାମର ବାସିନ୍ଦା ସତ୍ୟମ ପୁନେମଙ୍କୁ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ଘରେ ପହଞ୍ଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।
ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ନକ୍ସଲ ମଞ୍ଜଲାକାଂକେର ଗ୍ରାମରେ ପହଞ୍ଚି ସତ୍ୟମଙ୍କ ଘରେ ଚଢଉ କରିଥିଲେ। ସେ ଶୋଇଥିବା ବେଳେ ତାକୁ ଘରୁ ଟାଣି ଆଣି ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିର୍ଦ୍ଧୁମ ପିଟିଥିଲେ। ପରିବାର ଲୋକଙ୍କ ସାମ୍ନାରେ ହିଁ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରିବାର ଲୋକେ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ସତ୍ୟମଙ୍କୁ ଛାଡିନଥିଲେ। ଖବର ପାଇ ପୁଲିସ ଆଜି ସକାଳେ ଗାଁରେ ପହଞ୍ଚି ସତ୍ୟମଙ୍କ ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।
ସତ୍ୟମ ଘରେ ଶୋଇଥିବା ବେଳେ ତାକୁ ଘରୁ ଟାଣି ଆଣି ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିର୍ଦ୍ଧୁମ ପିଟିଥିଲେ। ପରିବାର ଲୋକଙ୍କ ସାମ୍ନାରେ ହିଁ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରିବାର ଲୋକେ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ସତ୍ୟମଙ୍କୁ ଛାଡିନଥିଲେ।
ଗତ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସତ୍ୟମ ବିଜେପିର ଜଣେ ଆଗଧାଡିର କର୍ମୀ ଥିଲେ। ତାଂକର ମୃତ୍ୟରେ ପୂର୍ବନତ ମନ୍ତ୍ରୀ ମହେଶ ଗାଗଡା ଦୁଃଖ ପ୍ରକାଶ କରିବା ସହ ବିଜେପି ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ। ନକ୍ସଲ ଶବ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡି କି ଯାଇଛନ୍ତି। ସେଥିରେ ସତ୍ୟମ ପୁଲିସ ପାଇଁ କାମ କରୁଥିବା ଉଲ୍ଲେଖ କରିଛନ୍ତି। ମଦେଡ ଏରିଆ କମିଟି ଏହି ହତ୍ୟା କରିଥିବା ସ୍ବୀକାର କରିଛି। ବାରମ୍ବାର ୩ ଥର ଏନେଇ ସତ୍ୟମକୁ ସୂଚାଇ ଦିଆଯାଇଥିଲେ ମଧ୍ୟ ସେ ଏଥିରୁ ନିବୃତ ରହିନଥିଲା। ତେଣୁ ସତ୍ୟମକୁ ହତ୍ୟା କରାଗଲା ବୋଲି ନକ୍ସଲ ସଂଗଠନ କହିଛି।
Malkangiri | maoists
Follow Us